Dine na dekhile tate odia song lyrics in odia language

ODIA SONG LYRICS

ଦିନେ ନ ଦେଖିଲେ ତତେ
ହୃଦୟ କାହିଁକି ମୋର ଚହଲି ଯାଏ

Dine Na Dekhile Tate Odia Song Lyrics In Odia Language

ପୁଅ
ଦିନେ ନ ଦେଖିଲେ ତତେ
ହୃଦୟ କାହିଁକି ମୋର ଚହଲି ଯାଏ
ଝିଅ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପୁଅ
କଥା ପଦେ ନ ହେଲେ ମୁଁ
ମନଟା କାହିଁକି ମୋର ମଉଳି ଯାଏ
ଝିଅ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ



ପୁଅ
ମନ ଏମିତି ଉଡ଼ା ଚଢେଇ
ଖୋଜେ ବସା ଘରଟିଏ ଡେଣା ବାଡେଇ
ଝିଅ
ଆଖି ସେମିତି ଖୋଜେ ଜଣଙ୍କୁ
ଯଦି ମିଳିଯାଏ ସିଏ ରଖେ ଲୁଚେଇ
ପୁଅ
ଚିଠିଟିଏ ନ ଲେଖିଲେ
ସବୁ ରାତି କାହିଁ ମୋର ଜାଗର ହୁଏ
ଝିଅ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ



ପୁଅ
ହୋ ଥରେ ପ୍ରେମରେ ଯିଏ ପଡିଛି
ନିଜ ଠିକଣାକୁ ନିଜେ ଭୁଲି ଯାଇଛି
ଝିଅ
କେବେ ଆଖିରେ କେବେ ଓଠରେ
କେବେ ଛାତି ତଳେ ନିଆଁ ଲାଗି ଯାଇଛି
ପୁଅ
ଲୁଚି ଲୁଚି ନ ଦେଖିଲେ
ସବୁ ସଞ୍ଜ କାହିଁ ମୋର ଉଦାସ ହୁଏ
ଝିଅ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପୁଅ
ଦିନେ ନ ଦେଖିଲେ ତତେ
ହୃଦୟ କାହିଁକି ମୋର ଚହଲି ଯାଏ
ପୁଅ-ଓ-ଝିଅ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ
ପ୍ରେମ କଲେ ବେଳେ ବେଳେ ଏମିତି ହୁଏ

Dine Na Dekhile Tate Hrudaya Odia Song Lyrics In Odia Language

Thank You

Comments