Jagannath kale jaa odia song lyrics in odia language

ODIA SONG LYRICS

ଜଗନ୍ନାଥ କଲେ ଯା ଅନାଥରେ
ଆଉ କେ ହରିବ ଦୁଃଖ

Jagannath Kale Jaa Anathare Odia Song Lyrics In Odia Language

ଜଗନ୍ନାଥ କଲେ ଯା ଅନାଥରେ
ଆଉ କେ ହରିବ ଦୁଃଖ
ଜଗନ୍ନାଥ କଲେ ଯା ଅନାଥରେ
ଆଉ କେ ହରିବ ଦୁଃଖ
ଜଗତରେ ପରା ବାଜୁଛି ନାଗରା
ଦୁଃଖ ହାରି ପଦ୍ମ ମୁଖ
ଜଗନ୍ନାଥ କଲେ ଯା ଅନାଥରେ
ଆଉ କେ ହରିବ ଦୁଃଖ



ସାହା ଚଉବାହା ନୋହିଲେ କି ସାହା
ସାହା ଚଉବାହା ନୋହିଲେ କି ସାହା
ଦେଖି ମୋ ଜୀବନ ବ୍ୟଥା
ଚଉଦିଗ ପୁରି ଯିବଟି ପ୍ରସରୀ
ଲୁଚିବ ନାହିଁ ଏ କଥା
ଜଗନ୍ନାଥ କଲେ ଯା ଅନାଥରେ
ଆଉ କେ ହରିବ ଦୁଃଖ



ଯୋଗୀ ଅନୁରାଗୀ କହନ୍ତି କି ଲାଗି
ଶରଣ ରକ୍ଷଣ ବାନା
ଅନ୍ଧକାର ଘୋଟି ଗଲେ ବକ୍ଷ କାଟି
ଅନ୍ଧକାର ଘୋଟି ଗଲେ ବକ୍ଷ କାଟି
ନ ଚାହାଁନ୍ତି ଥରେ ସିନା
ଜଗନ୍ନାଥ କଲେ ଯା ଅନାଥରେ
ଆଉ କେ ହରିବ ଦୁଃଖ



ଗଜପତି ବୋଲେ ପ୍ରଭୁ ଯେ ବେହଲେ
ଗଜପତି ବୋଲେ ପ୍ରଭୁ ଯେ ବେହଲେ
ନ ଶୁଣିବେ ମୋର ଗୁହାରି
ପଡୁ ମୋ ନିଶ୍ୱାସ ପଡୁ ମୋ ବିଶ୍ୱାସ
ପଡୁ ମୋ ନିଶ୍ୱାସ ପଡୁ ମୋ ବିଶ୍ୱାସ
ବଡ ଦୟାଵନ୍ତ ହରି
ଜଗନ୍ନାଥ କଲେ ଯା ଅନାଥରେ
ଆଉ କେ ହରିବ ଦୁଃଖ
ଜଗତରେ ପରା ବାଜୁଛି ନାଗରା
ଦୁଃଖ ହାରି ପଦ୍ମ ମୁଖ
ଜଗନ୍ନାଥ କଲେ ଯା ଅନାଥରେ
ଆଉ କେ ହରିବ ଦୁଃଖ
ଆଉ କେ ହରିବ ଦୁଃଖ
ଆଉ କେ ହରିବ ଦୁଃଖ


Jagannath Kale Jaa Anathare Odia Song lyrics In Odia Language



Thank You

Comments