Jaa Re Jaa Udi Udi Odia Song Lyrics In Odia Language

ODIA SONG LYRICS

ଯାଆରେ ଯା ଉଡି ଉଡି ମୋ ମନ ଚଢେଇ

Jaa Re Jaa Udi Udi Odia Song Lyrics In Odia Language

ଯାଆରେ ଯା ଉଡି ଉଡି ମୋ ମନ ଚଢେଇ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ
ନୀଳକନ୍ଦର କୂଳେ ନିଳଚକର ତଳେ
ଯାଇ ବାନ୍ଧିବୁ ବସା କଳ୍ପତରୁ ଡାଳେ
ବୁଡିବୁ ଯାଇ ନରେନ୍ଦ୍ର ଜଳେ
ରଟିବୁ ଜଗନ୍ନାଥ ନାଥ ନାଥ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ


ପାଦୁକ କୁଣ୍ଡକୁ ଯିବୁ କଲେ ତୋତେ ଶୋଷ
ପାଇବୁ ଯେ ପାଦଦକ ପାଇବୁ ସନ୍ତୋଷ
ପାଦୁକ କୁଣ୍ଡକୁ ଯିବୁ କଲେ ତୋତେ ଶୋଷ
ପାଇବୁ ଯେ ପାଦଦକ ପାଇବୁ ସନ୍ତୋଷ
ଭୋକ କଲେ ଚାଲିଯିବୁ ଆନନ୍ଦ ବଜାର
ପାଇବୁ ଅଭଡ଼ା ଅନ୍ନ ହରିବୁ ଉଦର
ଉଡିବୁ ଯାଇ ଦରିଆ କୂଳେ
ଉଡିବୁ ଯାଇ ଦରିଆ କୂଳେ
ଦେଖିବୁ ଚକ୍ରତୀର୍ଥ ତୀର୍ଥ ତୀର୍ଥ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ


ଶ୍ୱେତ ଗଙ୍ଗ ଇନ୍ଦ୍ରଦ୍ୟୁମ୍ନ ମାର୍କଣ୍ଡେ ଜଳେ
ପାଣି ଛିଂଚି ଉଡ଼ିଯିବୁ ଲୋକନାଥ ଚୁଳେ
ଶ୍ୱେତ ଗଙ୍ଗ ଇନ୍ଦ୍ରଦ୍ୟୁମ୍ନ ମାର୍କଣ୍ଡେ ଜଳେ
ପାଣି ଛିଂଚି ଉଡ଼ିଯିବୁ ଲୋକନାଥ ଚୁଳେ
ଗୁଣ୍ଡିଚା ନିସିଙ୍ଗ ଦେଖି ଯମେଶ୍ୱର ଯିବୁ
କପାଳ ମୋ ଚଳାସ୍ୱେତ ମହାବି ରଚିବୁ
ଶ୍ରୀକ୍ଷେତ୍ରେ ରହି ତୁ ନୀଳାଚଳେ
ଶ୍ରୀକ୍ଷେତ୍ରେ ରହି ତୁ ନୀଳାଚଳେ
ସଂସାରୁ ହେବୁ ମୁକ୍ତ ମୁକ୍ତ ମୁକ୍ତ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ

ନୀଳକନ୍ଦର କୂଳେ ନିଳଚକର ତଳେ
ଯାଇ ବାନ୍ଧିବୁ ବସା କଳ୍ପତରୁ ଡାଳେ
ବୁଡିବୁ ଯାଇ ନରେନ୍ଦ୍ର ଜଳେ
ରଟିବୁ ଜଗନ୍ନାଥ ନାଥ ନାଥ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ
ଯାଆରେ ଯା ଉଡି ଉଡି ମୋ ମନ ଚଢେଇ
ଯା ଉଡି ଉଡି ମନ ଚଢେଇ
ଯା ଉଡି ଉଡି ମନ ଚଢେଇ

Jaa Re Jaa Udi Udi Mo Mana Chadhei Odia Song Lyrics In Odia Language


Thank You


Comments

Unknown said…
Thank You so much for the Lyrics.
I was looking for this for one of my performance.

Thanks,
Sazzy!!!