kahaku mu kari bain sakhi odia song lyrics in odia language

ODIA SONG LYRICS

କାହାକୁ ମୁଁ କରି ବଇଁ ସାକ୍ଷୀ
ହେ...ଚକାଆଖି ଚକାଆଖି

Kahaku Mu Kari Bain Sakhi Odia Song Lyrics In Odia Language

ଚକାଆଖି ହେ...ଚକାଆଖି ଚକାଆଖି
କାହାକୁ ମୁଁ କରି ବଇଁ ସାକ୍ଷୀ
ହେ...ଚକାଆଖି ଚକାଆଖି ଚକାଆଖି ଚକାଆଖି
ଡାକିଲେ ନାମ ଆରତେ ନଶୁଣ କି ପାଦୁରିତେ
କି ବିଚାରି ହୃଦଗତେ ନ ଡେର ଶ୍ରବଣ ପଥେ
ନାମ ଜପି ପ୍ରଭୁ ନାମ ଜପି ପ୍ରଭୁ ନାମ ଜପି
କଣ୍ଠ ଗଲା ଶୁଖି ଶୁଖି
ହେ...ଚକାଆଖି ଚକାଆଖି



ନେବ ବୋଲି କିଛି ଲାଞ୍ଚ ମନେ କରିଅଛ ପାଞ୍ଚ
ସେ କଥା ମନରୁ ମଞ୍ଚ ବଳିଗଲା ମନ ସ୍ୱଚ୍ଛ
ଗୋପପୁରେ ପ୍ରଭୁ ଗୋପପୁରେ ପ୍ରଭୁ ଗୋପପୁରେ
ବୟସର ଚାଖି ଚାଖି
ହେ...ଚକାଆଖି ଚକାଆଖି



କହଇ ସାନନ୍ଦ ଦ୍ୱିଜ ଆହେ ପ୍ରଭୁ ଚତୁର୍ଭୁଜ
ଗଲାଣିକି ପୂର୍ବ ତେଜ ଦୁଃଖୀ ଦୁଃଖ ଜାଣ ବୁଝ
ହୋଇବାରୁ ପ୍ରଭୁ ହୋଇବାରୁ ପ୍ରଭୁ ହୋଇବାରୁ
ନୀଳାଚଳେ ତୁମେ ସୁଖୀ
ହେ ଚକାଆଖି ଚକାଆଖି
କାହାକୁ ମୁଁ କରି ବଇଁ ସାକ୍ଷୀ
ହେ...ଚକାଆଖି ଚକାଆଖି


Kahaku Mu Kari Bain Sakhi Odia Song Lyrics In Odia Language


Thank You

Comments