Kalia Pakhaku Jaithili Odia Song Lyrics In Odia Language

ODIA SONG LYRICS

କାଳିଆ ପାଖକୁ ଯାଇଥିଲି
କଳା ବଇଁଶୀଟି ପାଇଥିଲି

Kalia Pakhaku Jaithili Kala Bainsiti Odia Song Lyrics In Odia Language

କାଳିଆ ପାଖକୁ ଯାଇଥିଲି
କଳା ବଇଁଶୀଟି ପାଇଥିଲି
କାଳିଆ ପାଖକୁ ଯାଇଥିଲି
କଳା ବଇଁଶୀଟି ପାଇଥିଲି
ଏପଟେ ଦେଖିଲି ରାଧା ରାଧା
ସେପଟେ ଦେଖିଲି ରାଧା ରାଧା
ରାଧା ନାଁ ଦେଖି ଚାହିଁ ଚକାଆଖି
ରାଧା ନାଁ ଦେଖି ଚାହିଁ ଚକାଆଖି
କାଳିଆ କଥା ମୁଁ ବୁଝିଗଲି ବୁଝିଗଲି
କାଳିଆ ପାଖକୁ ଯାଇଥିଲି
କଳା ବଇଁଶୀଟି ପାଇଥିଲି
କାଳିଆ ପାଖକୁ ଯାଇଥିଲି
ଯାଇଥିଲି ଭାଇ ଯାଇଥିଲି


ବୁଲି ଯାଇଥିବ ବୃନ୍ଦାବନେ
ଆସି ଫେରିଥିବେ ଗୋପୀମାନେ
ବୁଲି ଯାଇଥିବ ବୃନ୍ଦାବନେ
ଆସି ଫେରିଥିବେ ଗୋପୀମାନେ
ଗୋପୀଙ୍କ ମୁହଁକୁ ଚାହିଁ ଚାହିଁ
ଦେଖିଥିବ କାହିଁ ରାଧା ନାହିଁ
ରାଧା ନାଁ ଦେଖି ବଇଁଶୀକି ଫୁଙ୍କି
ରାଧା ନାଁ ଦେଖି ବଇଁଶୀକି ଫୁଙ୍କି
ଡ଼ାକିଥିବ ରାଇ ରାଇ ଧରି
କାଳିଆ ପାଖକୁ ଯାଇଥିଲି
କଳା ବଇଁଶୀଟି ପାଇଥିଲି
କାଳିଆ ପାଖକୁ ଯାଇଥିଲି
ଯାଇଥିଲି ଭାଇ ଯାଇଥିଲି


କାଳିଆ ଦୁଃଖକୁ ଗାଇ ଗାଇ
ବଞ୍ଚି ଯାଇଥିବ କଳା ହୋଇ
କାଳିଆ ଦୁଃଖକୁ ଗାଇ ଗାଇ
ବଞ୍ଚି ଯାଇଥିବ କଳା ହୋଇ
ବଇଁଶୀ ଗୋ ଶୁଣି ତେଣେ ରାଇ
ଆସୁ ଆସୁ ରାତି ଥିବ ପାହି
କିଏ ତ ଦେଖି ଦେଇଥିବ ଡାକି
କିଏ ତ ଦେଖି ଦେଇଥିବ ଡାକି
ବଇଁଶୀ ତା ପରି ଥିବ ବାଇ

କାଳିଆ ପାଖକୁ ଯାଇଥିଲି
କଳା ବଇଁଶୀଟି ପାଇଥିଲି
କାଳିଆ ପାଖକୁ ଯାଇଥିଲି
କଳା ବଇଁଶୀଟି ପାଇଥିଲି
ଏପଟେ ଦେଖିଲି ରାଧା ରାଧା
ସେପଟେ ଦେଖିଲି ରାଧା ରାଧା
ରାଧା ନାଁ ଦେଖି ଚାହିଁ ଚକାଆଖି
ରାଧା ନାଁ ଦେଖି ଚାହିଁ ଚକାଆଖି
କାଳିଆ କଥା ମୁଁ ବୁଝିଗଲି ବୁଝିଗଲି
ବୁଝିଗଲି ବୁଝିଗଲି ବୁଝିଗଲି ବୁଝିଗଲି

Kalia Pakhaku Jaithili Kala Bainsiti Odia Song Lyrics In Odia Language

Thank You

Comments