kalia saante ho odia song lyrics in odia language

ODIA SONG LYRICS

କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି

Kalia Saante Ho Sunima Heu Odia Song Lyrics In Odia Language

କାଳିଆ ସାଆନ୍ତେ ହୋ...
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ
କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି
ସକାଳ ପହରୁ ତମରି ଦୁଆରେ
ଡାକି ଡାକି ଗଲି ସରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି



ତମକୁ ଭରଷା କରି ହେ ସାଆନ୍ତେ
ମୋ ଘରେ ପଶିଲା ପାଣି
ସାଆନ୍ତେ ହୋ ମୋ ଘରେ ପଶିଲା ପାଣି
ଭୋକିଲା ପେଟରେ ଦିନ ମୋ ବିତିଲା
ଭୋକିଲା ପେଟରେ ଦିନ ମୋ ବିତିଲା
ବାଇଶି ପାହାଚ ଗଣି
ଟଙ୍କ ତୋରାଣିରୁ ମିଳିଲାନି ଟୋପେ
ଟଙ୍କ ତୋରାଣିରୁ ମିଳିଲାନି ଟୋପେ
ରଙ୍କ ପଣ ଗଲା ଭରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି



ବଡ ସିଂଘାର ବେଶକୁ ଦେଖିବାକୁ
କେତେ କରିଥିଲି ଅଳି
ବଡ ସିଂଘାର ବେଶକୁ ଦେଖିବାକୁ
କେତେ କରିଥିଲି ଅଳି
ଦୂରୁ ଦେଖି ମୋତେ କବାଟ କିଳିଲ
ଦେବାକୁ ପଡିବ ବୋଲି
ଦେଇଥିଲେ ୠଣୀ ହୋଇ ନଥାନ୍ତି ମୁଁ
ଦେଇଥିଲେ ୠଣୀ ହୋଇ ନଥାନ୍ତି ମୁଁ
ସୁଝିଥାନ୍ତି ସେବା କରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି



ବଡ ଲୋକ ବୋଲି ତମ ନାମେ ପରା
ବାଜୁଛି କେତେ ବାଜଣା
ବଡ ଲୋକ ବୋଲି ତମ ନାମେ ପରା
ବାଜୁଛି କେତେ ବାଜଣା
ଦୁଃଖୀ ଦୁଃଖ ଯେବେ ନ ବୁଝିଲ ତମେ
କେଉଁ ସାଆନ୍ତରେ ଗଣା
କେଉଁ ସାଆନ୍ତରେ ଗଣା
ମିଛେ ସିନା ଟେକି ଅଛ ଦୁଇ ହାତ
ମିଛେ ସିନା ଟେକି ଅଛ ଦୁଇ ହାତ
ସତେ କିଛି ଦେଲା ପରି
ଶୁଣିମା ହେଉ ଗୁହାରି
କାଳିଆ ସାଆନ୍ତେ ହୋ ଶୁଣିମା ହେଉ ଗୁହାରି
ସକାଳ ପହରୁ ତମରି ଦୁଆରେ
ଡାକି ଡାକି ଗଲି ସରି
ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି
ପ୍ରଭୁ ଶୁଣିମା ହେଉ ଗୁହାରି


Kalia Saante Ho Sunima Heu Guhari Odia Song Lyrics In Odia Language


Thank You

Comments