Kede Sundara Sate Odia Song Lyrics In Odia Language

ODIA SONG LYRICS

କେଡେ ସୁନ୍ଦର ସତେ କାଳିଆର ନବ କଳେବର

Kede Sundara Sate Odia Song Lyrics In Odia Language

କେଡେ ସୁନ୍ଦର ସତେ କାଳିଆର ନବ କଳେବର
କେଡେ ସୁନ୍ଦର ସତେ କାଳିଆର ନବ କଳେବର
ମୁଣ୍ଡେ ଚନ୍ଦନ ଚିତା ଆଖି କହୁଛି କଥା
ଓଠ ବିକେ ଅମୃତ ହାତ ହୋଇଛି ଦାତା
ତାର ନବ ଯଉବନ କେଡେ ମଞ୍ଜୁଳ
କେଡେ ସୁନ୍ଦର ସତେ କାଳିଆର ନବ କଳେବର
କେଡେ ସୁନ୍ଦର ସତେ କାଳିଆର ନବ କଳେବର


ଯୁଗକୁ ଯୁଗ ଭିନ୍ନ ଅବତାର
କଳିରେ ଏକ ରୂପ ବାରବାର
ନରେନ୍ଦ୍ର ଜଳ ପରି ମନ ତାର
ଚହଲି ଯାଏ ଡାକ ଶୁଣି ତୋର
ପହଡ଼ ପଡେନା କି ଦୁଆରେ ତାର
ଦେଖିବାକୁ ଦୁଖୀ ଦୁଃଖ ଚଞ୍ଚଳ
କେଡେ ସୁନ୍ଦର ସତେ କାଳିଆର ନବ କଳେବର
କେଡେ ସୁନ୍ଦର ସତେ କାଳିଆର ନବ କଳେବର


ଶଙ୍ଖ ଚକ୍ର ଗଦା ପଦ୍ମ ଧାରି ନିମ
ବଡ ଦେଉଳରେ ହେଲା ଦାରୁ ବ୍ରହ୍ମ
ଶଙ୍ଖରେ ଶୁଭ ଶାନ୍ତି ନିରାମୟ
ଚକରେ କରେ ପୁଣି ପାପ କ୍ଷୟ
ପଦ୍ମରେ ପବିତ୍ର ହୁଏ ସାରା ସଂସାର
ଗଦାରେ କରେ ଗର୍ବ ସଂହାର
କେଡେ ସୁନ୍ଦର ସତେ କାଳିଆର ନବ କଳେବର
କେଡେ ସୁନ୍ଦର ସତେ କାଳିଆର ନବ କଳେବର
ମୁଣ୍ଡେ ଚନ୍ଦନ ଚିତା ଆଖି କହୁଛି କଥା
ଓଠ ବିକେ ଅମୃତ ହାତ ହୋଇଛି ଦାତା
ତାର ନବ ଯଉବନ କେଡେ ମଞ୍ଜୁଳ
କେଡେ ସୁନ୍ଦର ସତେ କାଳିଆର ନବ କଳେବର
କାଳିଆର ନବ କଳେବର
କାଳିଆର ନବ କଳେବର
କାଳିଆର ନବ କଳେବର

Kede Sundara Sate Kaliara Naba Kalebara Odia Song Lyrics In Odia Language


Thank You


Comments