Mu Ta Bada Deulara Odia Song Lyrics In Odia Language

ODIA SONG LYRICS

ମୁ ତ ବଡ ଦେଉଳର ପାରାରେ

Mu Ta Bada Deulara Parare Odia Song Lyrics In Odia Language

ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା
ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା
ଖରା ବରଷାକୁ ନାହିଁ ମୋ ଡର
ଦେଉଳ ଉପରେ ମୋହରି ଘର
ଖରା ବରଷାକୁ ନାହିଁ ମୋ ଡର
ଦେଉଳ ଉପରେ ମୋହରି ଘର
ମୁ ତ ବଡ ଦେଉଳର ପାରାରେ
ସାହା ମୋର କାଳିଆ ପରା
ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା


ଭୋକ ଲାଗି ଦକ ନାହିଁ ତ ମୋହର
ନିର୍ମାଲ୍ୟ ଖାଏ ମୁ ଖୁଣ୍ଟି
ଅବଢ଼ା ତୋରାଣି ପିଉଥାଏ ପୁଣି
ଶୁଖି ଗଲେ ମୋର ତଣ୍ଟି
ଭୋକ ଲାଗି ଦକ ନାହିଁ ତ ମୋହର
ନିର୍ମାଲ୍ୟ ଖାଏ ମୁ ଖୁଣ୍ଟି
ଅବଢ଼ା ତୋରାଣି ପିଉଥାଏ ପୁଣି
ଶୁଖି ଗଲେ ମୋର ତଣ୍ଟି
ଯେଉଁ ଅବଢ଼ାର ଯେଉଁ ଅବଢ଼ାର
କଣିକାଏ ପାଇଁ ବାଇଆ ଜଗତ ସାରାରେ
ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା
ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା


କେତେ ସାଧୁ ସନ୍ଥ ବୈଷ୍ଣବ ଭକତ
ଦର୍ଶନ କରଇ ମୁହିଁ
ଦେଉଳେ ଦେଉଳେ ଘୁମୁରି ବୁଲଇ
ଜଗନ୍ନାଥ ନାମ ଗାଇ
କେତେ ସାଧୁ ସନ୍ଥ ବୈଷ୍ଣବ ଭକତ
ଦର୍ଶନ କରଇ ମୁହିଁ
ଦେଉଳେ ଦେଉଳେ ଘୁମୁରି ବୁଲଇ
ଜଗନ୍ନାଥ ନାମ ଗାଇ
ସାତ ବୈକୁଣ୍ଠ ସାତ ବୈକୁଣ୍ଠ
ଚଉଦ ବ୍ରହ୍ମାଣ୍ଡ ସବୁ ଏହିଠାରେ ପରାରେ
ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା
ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା


ବାର ମାସେ ତେର ଯାତରା ଦେଖଇ
ଦେଉଳ ବେଢାରେ ଥାଇ
ପକ୍ଷୀଟିଏ ବୋଲି ଦୁଃଖ ନାହିଁ ମୋର
ମଣିଷଠୁ ସୁଖୀ ମୁହିଁ
ବାର ମାସେ ତେର ଯାତରା ଦେଖଇ
ଦେଉଳ ବେଢାରେ ଥାଇ
ପକ୍ଷୀଟିଏ ବୋଲି ଦୁଃଖ ନାହିଁ ମୋର
ମଣିଷଠୁ ସୁଖୀ ମୁହିଁ
କେଉଁ ପୁଣ୍ୟ ବଳେ କେଉଁ ପୁଣ୍ୟ ବଳେ
ଜନମ ନେଇ ମୁ ହୋଇଛି ଶ୍ରୀକ୍ଷେତ୍ର ପାରାରେ
ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା
ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା

ଖରା ବରଷାକୁ ନାହିଁ ମୋ ଡର
ଦେଉଳ ଉପରେ ମୋହରି ଘର
ଖରା ବରଷାକୁ ନାହିଁ ମୋ ଡର
ଦେଉଳ ଉପରେ ମୋହରି ଘର
ମୁ ତ ବଡ ଦେଉଳର ପାରାରେ
ସାହା ମୋର କାଳିଆ ପରା
ମୁ ତ ବଡ ଦେଉଳର ପାରାରେ
ନୀଳଚକ୍ର ମୋର ଆସରା
ରେ ସାହା ମୋର କାଳିଆ ପରା
ରେ ନୀଳଚକ୍ର ମୋର ଆସରା
ରେ ସାହା ମୋର କାଳିଆ ପରା

Mu Ta Bada Deulara Parare Odia Song Lyrics In Odia Language


Thank You

Comments