nandighosa tora odia song lyrics in odia language

ODIA SONG LYRICS

ନନ୍ଦିଘୋଷ ତୋର ଅଟକି ଗଲା ବଡ ଶଙ୍ଖଠାରେ

nandighosa tora odia song lyrics in odia language

ନନ୍ଦିଘୋଷ ତୋର ଅଟକି ଗଲା ବଡ ଶଙ୍ଖଠାରେ

କିଏ ସେ ଭକତ କେତେ ଆପଣାର
ଡାକିଲା ଚନ୍ଦନ ପୁରେ
କାଳିଆରେ କାଳିଆରେ କାଳିଆରେ
ଡାକିଲା ଚନ୍ଦନ ପୁରେ
ନନ୍ଦିଘୋଷ ତୋର ଅଟକି ଗଲା ବଡ ଶଙ୍ଖଠାରେ
ନନ୍ଦିଘୋଷ ତୋର



ତୁ ଯେ ଭକତର ଭକତ ତୋହର
ତା ଲାଗି ଉଡାଉ ନେତ
ଭକତର ଦୁଃଖ କେମିତି ସହିବୁ
ତେଣୁ ତୁ ରଖିଲୁ ରଥ
ପଡିଗଲା ହୁରି ଚଉଦିଗ ପୁରୀ
ଭକ୍ତ ଆସେ ନୀଳାଚଳେ
କାଳିଆରେ କାଳିଆରେ କାଳିଆରେ
ଡାକିଲା ଚନ୍ଦନ ପୁରେ
ନନ୍ଦିଘୋଷ ତୋର ଅଟକି ଗଲା ବଡ ଶଙ୍ଖଠାରେ
ନନ୍ଦିଘୋଷ ତୋର


ମା ଯାଚିଥିଲା ପୁଅଟିଏ ହେଲେ
ଟାଣିବ ତୋ ନନ୍ଦିଘୋଷ
ଭାବଗ୍ରାହୀ ତୁହି ଭକ୍ତ ଭାବ ବୁଝି
ଦେଲୁ ମାଆ ଓଠରେ ହସ
ବାର ବରଷରେ ଲାଗିଲା ତୋ ଡୋରି
ଭକ୍ତ ଋଣ ସୁଝା ପଡେ
କାଳିଆରେ କାଳିଆରେ କାଳିଆରେ
ଭକ୍ତ ଋଣ ସୁଝା ପଡେ
ନନ୍ଦିଘୋଷ ତୋର ଅଟକି ଗଲା ବଡ ଶଙ୍ଖଠାରେ
କିଏ ସେ ଭକତ କେତେ ଆପଣାର
ଡାକିଲା ଚନ୍ଦନ ପୁରେ

nandighosa tora ataki gala odia song lyrics in odia language


Thank You


Comments