nida asi chalijae odia song lyrics in odia language

Odia Song Lyrics

ନିଦ ଆସି ଚାଲିଯାଏ ଚିଠି ଲେଖା ଚାଲିଥାଏ

nida asi chalijae odia song lyrics in odia language

ନିଦ ଆସି ଚାଲିଯାଏ ଚିଠି ଲେଖା ଚାଲିଥାଏ

ସରେ ନାହିଁ ଲେଖା ମୋର ରାତି କେବେ ପାହିଯାଏ
କେମିତି ଲେଖିବି ମୁଁ ତାକୁ କେତେ ଭଲ ପାଏ
ଡର ଲାଗେ ଚିଠି ପଢି ରାଗିଯିବ କାଳେ ସିଏ
ନିଦ ଆସି ଚାଲିଯାଏ ଚିଠି ଲେଖା ଚାଲିଥାଏ
ସରେ ନାହିଁ ଲେଖା ମୋର ରାତି କେବେ ପାହିଯାଏ


ଏମିତି ଆଗରୁ ବହୁଥର ହେଇଚି
ତା କଥା ଭାବି ଭାବି ମୋ ରାତି କଟିଚି
ହେଲେ ଆଜି କାହିଁକି ଏମିତି ଲାଗୁଚି
ସିଏ ବି ମୋ ଆସିବା ବାଟକୁ ଚାହିଁଚି
ମୋ ପ୍ରେମ କାହାଣୀର ଅବୁଝା ଝିଅଟିଏ
ମୋ ପରି କେବେ ସିଏ ଦବ ମତେ ଚିଠିଟିଏ
ନିଦ ଆସି ଚାଲିଯାଏ ଚିଠି ଲେଖା ଚାଲିଥାଏ
ସରେ ନାହିଁ ଲେଖା ମୋର ରାତି କେବେ ପାହିଯାଏ


ଭାବି ଭାବି କେତେ କଥା ମୁ ଲେଖି ଗଲିଣି
କେମିତି ଶେଷ କରିବି ମୁଁ ଜାଣି ପାରୁନି
ଶେଷରେ ଲେଖିବି ଚିଠି ପାଇ ଚିଠି ଦେବ
ହେବ ଯଦି ଚିଠି ସାଥେ ମନ ପଠେଇବ
ତା କଥା ଭାବି ଭାବି ଠିକଣା ଭୁଲିଯାଏ
କେମିତି ଚିଠି ମୋର ପାଇବ ସିଏ ହାଏ
ନିଦ ଆସି ଚାଲିଯାଏ ଚିଠି ଲେଖା ଚାଲିଥାଏ
ସରେ ନାହିଁ ଲେଖା ମୋର ରାତି କେବେ ପାହିଯାଏ
କେମିତି ଲେଖିବି ମୁଁ ତାକୁ କେତେ ଭଲ ପାଏ
ଡର ଲାଗେ ଚିଠି ପଢି ରାଗିଯିବ କାଳେ ସିଏ
ନିଦ ଆସି ଚାଲିଯାଏ ଚିଠି ଲେଖା ଚାଲିଥାଏ
ସରେ ନାହିଁ ଲେଖା ମୋର ରାତି କେବେ ପାହିଯାଏ
ହୁଁ ହୁଁ ଲା ଲା ହୁଁ ହୁଁ ଲା ଲା ହୁଁ ହୁଁ ଲା ଲା

nida asi chalijae odia song lyrics in odia language


Thank You



Comments