sorry sorry sorry odia song lyrics in odia language

Odia Song Lyrics

ସରି ସରି ସରି ଟିକେ ହେଇଗଲା ଡେରି

ରାଗନି ବନ୍ଧୁ ତୁମକୁ କରୁଛି ଗୁହାରି

sorry sorry sorry odia song lyrics in odia language


             Female:-

ସରି ସରି ସରି ଟିକେ ହେଇଗଲା ଡେରି

ରାଗନି ବନ୍ଧୁ ତୁମକୁ କରୁଛି ଗୁହାରି
ସରି ସରି ସରି ଟିକେ ହେଇଗଲା ଡେରି
ରାଗନି ବନ୍ଧୁ ତୁମକୁ କରୁଛି ଗୁହାରି
ଦୁନିଆର ଭିଡ଼ ଟପି ଆସିଛି ମୁ ଚୁପି ଚୁପି
କେତେ ଡରି ଡରି ଯେ ଘରୁ ବାହାରି
ଦୁନିଆର ଭିଡ଼ ଟପି ଆସିଛି ମୁ ଚୁପି ଚୁପି
କେତେ ଡରି ଡରି ଯେ ଘରୁ ବାହାରି
ସରି ସରି ସରି ଟିକେ ହେଇଗଲା ଡେରି
ରାଗନି ବନ୍ଧୁ ତୁମକୁ କରୁଛି ଗୁହାରି

ରାଗିଯାଇ ତୁମେ ଭାରି ସୁନ୍ଦର ଦିଶୁଚ
ଭାବିବନି ବନ୍ଧୁ ମୋର ମୋ କଥାକୁ ମିଛ
ଉପରେ ଉପରେ ତୁମେ ଯେତେ ଗାଳିଦିଅ
ଜାଣିଚି ମନରେ ତୁମେ ମୋତେ ଭଲପାଅ
ରାଗ ସବୁ ଭୁଲିଯାଅ ହସି ପଦେ କଥା କୁହ
ନହେଲେ ଜୀବନ ମୋ ଦେବି ହାରି
ରାଗ ସବୁ ଭୁଲିଯାଅ ହସି ପଦେ କଥା କୁହ
ନହେଲେ ଜୀବନ ମୋ ଦେବି ହାରି
ସରି ସରି ସରି ଟିକେ ହେଇଗଲା ଡେରି
ରାଗନି ବନ୍ଧୁ ତୁମକୁ କରୁଛି ଗୁହାରି

ତୁମ ଆଖି ଆଇନାରେ ଦେଖି ନିଜ ଛବି
ଜୀବନର ଯେତେ ଦୁଃଖ ସବୁ ଭୁଲିଯିବି
ତୁମ ଅଧରରେ ଟିକେ ଫୁଟଇ ବି ହସ
ଦୁରକରି ତୁମ ମନୁ ଯେତେ ରାଗ ରୋଷ
ତୁମ ହାତେ ହାତ ଦେଇ
ଉଡିଯିବି ପକ୍ଷୀ ହୋଇ
କେହି ପାରିବେନି ଯେ ଆମକୁ ଧରି
ତୁମ ହାତେ ହାତ ଦେଇ
ଉଡିଯିବି ପକ୍ଷୀ ହୋଇ
କେହି ପାରିବେନି ଯେ ଆମକୁ ଧରି
ସରି ସରି ସରି ଟିକେ ହେଇଗଲା ଡେରି
ରାଗନି ବନ୍ଧୁ ତୁମକୁ କରୁଛି ଗୁହାରି
          Male:- 
ବାହାନା କିଛି ତୁମର ଆଜି ଚଳିବନି
ଯେତେ ଯାହା କର ପଛେ କ୍ଷମା ମିଳିବନି
ଚାଲିଯିବି ଏମିତି ଯେ ତୁମଠୁ ଦୁରେଇ
ଝୁରି ହେଉଥିବ ମୋତେ ସବୁଦିନ ପାଇଁ
କଥା ଦିଅ ମଥା ଛୁଇଁ
ଡେରି କେବେ ହେବ ନାହିଁ
କହିବାକୁ ପଡ଼ିବନି କେବେ ସରି
କଥା ଦିଅ ମଥା ଛୁଇଁ
ଡେରି କେବେ ହେବ ନାହିଁ
କହିବାକୁ ପଡ଼ିବନି କେବେ ସରି
ସରି ସରି ସରି ଆଉ କହିବନି ସରି
ଶୁଣିବିନି କେବେ ଆଉ ତୁମର ଗୁହାରି
ସରି ସରି ସରି ଆଉ କହିବନି ସରି
ଶୁଣିବିନି କେବେ ଆଉ ତୁମର ଗୁହାରି
       Female:-
ଦୋଷ ମୋର ମାନୁଚି ମୁ
କଥା ଦେଇ କହୁଚି ମୁ
ଆଉ ଯମା କେବେ କରିବିନି ଡେରି
ଦୋଷ ମୋର ମାନୁଚି ମୁ
କଥା ଦେଇ କହୁଚି ମୁ
ଆଉ ଯମା କେବେ କରିବିନି ଡେରି
          Male:-
ସରି ସରି ସରି ଆଉ କହିବନି ସରି
         Female:- 
ସରି ସରି ସରି ଆଉ କହିବନି ସରି


sorry sorry sorry odia song lyrics in odia language


Thank You


Comments