thila gote suna pari odia song lyrics in odia language

ODIA SONG LYRICS

ଥିଲା ଗୋଟେ ସୁନା ପରି
ପରି ନୁହେଁ ଅପସରି

Thila Gote Suna Pari Odia Song Lyrics In Odia Language

ଥିଲା ଗୋଟେ ସୁନା ପରି
ପରି ନୁହେଁ ଅପସରି
ହାଁ ଥିଲା ଗୋଟେ ସୁନା ପରି
ପରି ନୁହେଁ ଅପସରି
ନଥିଲା ମେଘ କି ଝଡି
କେମିତି ଗଲା ସେ ଉଡି
ଖାଲି କରି ମୋ ପଞ୍ଜୁରୀ
ଥିଲା ଗୋଟେ ସୁନା ପରି
ପରି ନୁହେଁ ଅପସରି



ମାଗିଥିଲି ହସ ଟିକେ
ଦେଇଗଲା ଖାଲି ଲୁହ
ହୋ ମାଗିଥିଲି ହସ ଟିକେ
ଦେଇଗଲା ଖାଲି ଲୁହ
ସେ ଲୁହ ଟୋପାରେ ଆଜି
ଦିଶେ ତା ରୂପେଲି ମୁହଁ
ନଥିଲା ଦୋଷ ତ ମୋର
କେମିତି କଲା ସେ ପର
ଖାଲି କରି ମୋ ପଞ୍ଜୁରୀ
ଥିଲା ଗୋଟେ ସୁନା ପରି
ପରି ନୁହେଁ ଅପସରି



ଏମିତିକା ସ୍ମୃତି ସିଏ
ଜାଳି ଦେଇଗଲା ରାତି
ହୋ ଏମିତିକା ସ୍ମୃତି ସିଏ
ଜାଳି ଦେଇଗଲା ରାତି
ତଥାପି ମୁ ଜାଳେ ବସି
ଲୁହରେ ତା ପାଇଁ ବତୀ
କାହାର ଇସାରା ପାଇ
ଗଲା ସେ ମତେ ଭୁଲେଇ
ଖାଲି କରି ମୋ ପଞ୍ଜୁରୀ
ଥିଲା ଗୋଟେ ସୁନା ପରି
ପରି ନୁହେଁ ଅପସରି
ନଥିଲା ମେଘ କି ଝଡି
କେମିତି ଗଲା ସେ ଉଡି
ଖାଲି କରି ମୋ ପଞ୍ଜୁରୀ

Thila Gote Suna Pari Odia Song Lyrics In Odia Language

Thank You

Comments