to pain saja lo odia song lyrics in odia language

ODIA SONG LYRICS

ତୋ ପାଇଁ ସଜା ଲୋ ଚଉଠି ଶେଜ ଲୋ

To Pain Saja Lo Chauthi Seja Lo Odia Song Lyrics In Odia Language

ମୁ ମଲା ପରେ ଦୁନିଆ କହିବ
କିଏ ଜଣେ ମରିଗଲା
ହେଲେ ତୁ ଜାଣିବୁ ତୋ ଘର ଦୁଆରେ
ଆତ୍ମା ମୋର ରହିଗଲା
(( ମୋନାଲିସା ପରେ କଣ୍ଢେଇ ଆସିଲା
ଜଣେ ମତେ ଜାଳିଥିଲା
ଆଉ ଜଣେ ମାରି ଦେଇଗଲା ))


ତୋ ପାଇଁ ସଜା ଲୋ ଚଉଠି ଶେଜ ଲୋ
ରଜନୀ ଗନ୍ଧାର ମାଳା
ମୋ ପାଇଁ ସଜା ଲୋ ମଶାଣି କାଠ ଲୋ
ଆଉ ପୋଡ଼ିଲା ଵାଲା
ଖେଳନା ଭାବି ଲୋ ଖେଳିଲୁ ମତେ ଲୋ
ଖେଳନା ଭାବି ଲୋ ଖେଳିଲୁ ମତେ ଲୋ
ଦେହ ସିନା ଜଳିଗଲା
ଆତ୍ମା ମୋର ରହିଗଲା ଲୋ
ଆତ୍ମା ମୋର ରହିଗଲା



ମନ୍ଦିରେ ଦେଲି ମୁ ସିନ୍ଦୂର ତତେ ଲୋ
ନେଇଥିଲୁ ମଥା ପାତି
ମନ୍ଦିରେ ଦେଲି ମୁ ସିନ୍ଦୂର ତତେ ଲୋ
ନେଇଥିଲୁ ମଥା ପାତି
କେମିତି ପିନ୍ଧିଲୁ ଆଉ କା ସିନ୍ଦୂର ଲୋ
କେମିତି ପିନ୍ଧିଲୁ ଆଉ କା ସିନ୍ଦୂର ଲୋ
ଆଜି ତୋର ମଧୁ ରାତି
ଆଜି ତୋର ମଧୁ ରାତି
ବାଧିଲା ବୋଲି ଲୋ ତୋ ପାଇଁ ମଲି ଲୋ
ବାଧିଲା ବୋଲି ଲୋ ତୋ ପାଇଁ ମଲି ଲୋ
ଦେହ ସିନା ଜଳିଗଲା
ଆତ୍ମା ମୋର ରହିଗଲା ଲୋ
ଆତ୍ମା ମୋର ରହିଗଲା



ତତେ ଭଲ ପାଇ କି ପାପ କଲି ଲୋ
ପାପିରେ ହେଲି ମୁ ଗଣା
ତତେ ଭଲ ପାଇ କି ପାପ କଲି ଲୋ
ପାପିରେ ହେଲି ମୁ ଗଣା
ଛଳନା ଛୁରିରେ ମୋ ଛାତି ଚିରିଲୁ
ଛଳନା ଛୁରିରେ ମୋ ଛାତି ଚିରିଲୁ
ହେଇଗଲି ଚୁନା ଚୁନା
ହେଇଗଲି ଚୁନା ଚୁନା
ତୋ ପାଇଁ ଆଜି ଲୋ ପାଉଁଶ ହେଲି ଲୋ
ତୋ ପାଇଁ ଆଜି ଲୋ ପାଉଁଶ ହେଲି ଲୋ
ଦେହ ସିନା ଜଳିଗଲା
ଆତ୍ମା ମୋର ରହିଗଲା ଲୋ
ଆତ୍ମା ମୋର ରହିଗଲା ମୋ..
ଆତ୍ମା ମୋର ରହିଗଲା

To Pain Saja Lo Chauthi Seja Lo Odia Song Lyrics In Odia Language

Thank You

Comments