Tu Abhada Khia Odia Song Lyrics In Odia Language

ODIA SONG LYRICS

ତୁ ଅବଢ଼ା ଖିଆ ମୁ ଅଇଁଠା ଖିଆ

Tu Abhada Khia Mu Aintha Khia Odia Song Lyrics In Odia Language

ତୁ ଅବଢ଼ା ଖିଆ ମୁ ଅଇଁଠା ଖିଆ
ତୁ ଅବଢ଼ା ଖିଆ ମୁ ଅଇଁଠା ଖିଆ
କେତେ ଆକୁଳରେ କେତେ ବିକଳରେ
କେତେ ଆକୁଳରେ କେତେ ବିକଳରେ
ତୋ ବଡ଼ଦାଣ୍ଡରେ ହେଇଚି ଠିଆ
କାଳିଆ କାଳିଆ କାଳିଆ କାଳିଆ
କାଳିଆ କାଳିଆ କାଳିଆ କାଳିଆ


ମୋ ପାଇଁ ତ ରାତି ଆସେ ଲୁହ ଟୋପା ଧରି
ତୋର ତ ସବୁ ରାତି ଚନ୍ଦନ କସ୍ତୁରୀ
ହୋ ମୋ ପାଇଁ ସକାଳ ପୁଣି ଦୁଃଖର କୁହୁଡି
ତୋ ପାଇଁ ତ ସାତ ସଜ ସୁନାର ପଗଡି
ତୁ ସିନା ବସୁ ରତ୍ନ ପଲଙ୍କରେ
ତୁ ସିନା ବସୁ ରତ୍ନ ପଲଙ୍କରେ
ମୋ ଭାଗ୍ୟରେ ଲେଖା ଭଙ୍ଗା ଚାଳିଆ
କାଳିଆ କାଳିଆ କାଳିଆ କାଳିଆ
କାଳିଆ କାଳିଆ କାଳିଆ କାଳିଆ


ତୋ ରାଶିରେ ଲେଖା ପରା ତୁଳସୀର ଶେଜ
ମୋ ରାଶିରେ ଲେଖା ଯାହା କହିବାକୁ ଲାଜ
ହୋ ଏମିତିକା ହୀନିମାନ ଏ ଜୀବନ ମୋର
ବେଳେ ବେଳେ ସ୍ୱର୍ଗଦ୍ୱାର ଲାଗେ ବହୁ ଦୂର
ତୁ ସିନା ହସୁ ସୁନା ଦେଉଳରେ
ତୁ ସିନା ହସୁ ସୁନା ଦେଉଳରେ
ମୋ ଭାଗ୍ୟରେ ଲେଖା ଭଙ୍ଗା ଚାଳିଆ
କାଳିଆ କାଳିଆ କାଳିଆ କାଳିଆ
କାଳିଆ କାଳିଆ କାଳିଆ କାଳିଆ
ତୁ ଅବଢ଼ା ଖିଆ ମୁ ଅଇଁଠା ଖିଆ

Tu Abhada Khia Mu Aintha Khia Odia Song Lyrics In Odia Language

Thank You

Comments