Akhira Janama Kandiba Odia Song Lyrics In Odia Language

ODIA SONG LYRICS

ଆଖିର ଜନମ କାନ୍ଦିବା ପାଇଁ ରେ

Akhira Janama Kandiba Pain Odia Song Lyrics In Odia Language

ଆଖିର ଜନମ କାନ୍ଦିବା ପାଇଁ ରେ
ମଲା ଯାଏ ତାର ଲୁହ ସରେନି
ତୁ ମୋ ଆଖିରେ ଲୁହ ନ ଦେଖିବୁ ବୋଲି
ଆଖି ଦେଲୁନି କି ଲୁହ ଦେଲୁନି 
ହୋ....ଆଖି ଦେଲୁନି କି ଲୁହ ଦେଲୁନି 
କାଳିଆରେ.....କାଳିଆରେ.....
ଅନ୍ଧ କରି ମତେ କରିଲୁ ୠଣୀ
ଆଖିର ଜନମ କାନ୍ଦିବା ପାଇଁ ରେ
ମଲା ଯାଏ ତାର ଲୁହ ସରେନି 
ହାଁ....ମଲା ଯାଏ ତାର ଲୁହ ସରେନି


ପାପ କଥା ଦେଖି ପାପୀ ହେବି ବୋଲି
ଆଖି ଦେଲୁନି 
ପର ଧନ ଦେଖି ଲୋଭି ହେବି ବୋଲି
ଆଖି ଦେଲୁନି 
ତୁ ଯାହା କରୁ ପ୍ରାଣୀର ମଙ୍ଗଳ ପାଇଁ ରେ
ଏକଥା ଏବେ ମୁଁ ବୁଝି ଗଲିଣି 
ହୋ...ଏକଥା ଏବେ ମୁଁ ବୁଝି ଗଲିଣି


ଅନ୍ଧ ବୋଲି ମୁଁ ଯେ
ଅନ୍ଧକାର ବିନା କିଛି ଜାଣେନା 
ଅନ୍ଧାର କଳାରେ
ତତେ ଦେଖୁଛିରେ କାଳିଆ ସୁନା
ସେ ଆଖି ଥାଇ କି ଲାଭ
ସେ ଆଖି ଯେବେ ରେ
ତୋ କଳା ବଦନ ଦିନେ ଦେଖିନି
ତୋ କଳା ବଦନ ଦିନେ ଦେଖିନି 
କାଳିଆରେ.....କାଳିଆରେ.....
ଅନ୍ଧ କରି ମତେ କରିଲୁ ୠଣୀ

ଆଖିର ଜନମ କାନ୍ଦିବା ପାଇଁ 
ମଲା ଯାଏ ତାର ଲୁହ ସରେନି 
ତୁ ମୋ ଆଖିରେ ଲୁହ ନ ଦେଖିବୁ ବୋଲି
ଆଖି ଦେଲୁନି କି ଲୁହ ଦେଲୁନି
ହୋ...ଆଖି ଦେଲୁନି କି ଲୁହ ଦେଲୁନି 
ହୋ...ଆଖି ଦେଲୁନି କି ଲୁହ ଦେଲୁନି

Akhira Janama Kandiba Pain Odia Song Lyrics In Odia Language

Thank You


Comments