chandana lagi bela hela odia song lyrics in odia language

ODIA SONG LYRICS

ଚନ୍ଦନ ଲାଗି ବେଳ ହେଲା
ଉଠ ଉଠ ଉଠ ହଉ ଶୁଣିମା

Chandana Lagi Bela Hela Odia Song Lyrics In Odia Language

ଚନ୍ଦନ ଲାଗି ବେଳ ହେଲା
ଚନ୍ଦନ ଲାଗି ବେଳ ହେଲା
ଉଠ ଉଠ ଉଠ 
ଉଠ ଉଠ ଉଠ ହଉ ଶୁଣିମା
ଆହେ ମଣିମା...ଆ..ଆହେ ମଣିମା
ସିଂହ ଦୁଆରେ ଲାଗି ଗଲା
ସିଂହ ଦୁଆରେ ଲାଗି ଗଲା
ଭକତଙ୍କ ଭିଡ଼
ଭକତଙ୍କ ଭିଡ଼ ହଉ ଜାଣିମା
ଆହେ ମଣିମା...ଆ..ଆହେ ମଣିମା



ବାସି ହେଲା ଫୁଲ ଶେଜ
ମଉଳିଲା ସଜ ବାଜ
ଉଠିବା ହଉ ହେ ଛାଡ଼ି ପହିଯ
ଉଠିବା ବେଳକୁ ଜାଣି
ରୋଷ ଘରେ ସାଆନ୍ତାଣି
ପାହାନ୍ତି ଖେଚୁଡ଼ି ରାନ୍ଧି ଦେଲେଣି 
ଶୀତଳ ନ ହଉ
ଶୀତଳ ନ ହଉ ଲକ୍ଷ୍ମୀ ରାନ୍ଧଣା
ଆହେ ମଣିମା....ଆହେ ମଣିମା



ହରିବୋଲ ହୁଳ ହୁଳି
ବଡ଼ ଦାଣ୍ଡରେ ଗହଳି
ଆଳତି ପାଇଁ କି ସବୁ ବିକଳ
ଅପହଡ଼ ହେଲେ ସିନା
ଦୋହଲିବ ତୁମ ବାନା
ଜଗତ ହବ ହେ ଚଳ ଚଞ୍ଚଳ
ତୁମେ ପରା ଜାଣ
ତୁମେ ପରା ଜାଣ ତୁମ ମହିମା 
ଆହେ ମଣିମା....ଆହେ ମଣିମା

ଚନ୍ଦନ ଲାଗି ବେଳ ହେଲା
ଚନ୍ଦନ ଲାଗି ବେଳ ହେଲା
ଉଠ ଉଠ ଉଠ 
ଉଠ ଉଠ ଉଠ ହଉ ଶୁଣିମା
ଆହେ ମଣିମା...ଆ..ଆହେ ମଣିମା
ଆହେ ମଣିମା....ଆହେ ମଣିମା...

Chandana Lagi Bela Hela Odia Song Lyrics In Odia Language

Thank You

Comments