jamuna kulare kahinki odia song lyrics in odia language

ODIA SONG LYRICS

ଯମୁନା କୁଳରେ କାହିଁକି ବସିଚ ଏକା
ଆଗୋ ରାଧିକା....ଆଗୋ ରାଧିକା....

Jamuna Kulare Kahinki Basicha Eka Odia Song Lyrics In Odia Language

ଯମୁନା କୁଳରେ କାହିଁକି ବସିଚ ଏକା
ଯମୁନା କୁଳରେ କାହିଁକି ବସିଚ ଏକା
ଆଗୋ ରାଧିକା....ଆଗୋ ରାଧିକା....
ଆଗୋ ରାଧିକା....
କିଏ ଜାଣେ କାହା ଘରେ ଛିଣ୍ଡଉ ଥିବ ସେ ଶିକା
କିଏ ଜାଣେ କାହା ଘରେ ଛିଣ୍ଡଉ ଥିବ ସେ ଶିକା
ଦଗାଦିଆ କାନ୍ହୁ ସଭିଙ୍କୁ ଦିଏ ଲୋ ଧୋକା
ଦଗାଦିଆ କାନ୍ହୁ ସଭିଙ୍କୁ ଦିଏ ଲୋ ଧୋକା
ଆଗୋ ରାଧିକା....ଆଗୋ ରାଧିକା....
ଆଗୋ ରାଧିକା....



ତା ବଇଁଶୀ ସୁର ପ୍ରେମର କୁହୁକ ନିଆଁ
ଜଳାଏ ଗୋପିଙ୍କୁ ନଥାଏ ପାଉଁଶ ଧୂଆଁ
ତା ବଇଁଶୀ ସୁର ପ୍ରେମର କୁହୁକ ନିଆଁ
ଜଳାଏ ଗୋପିଙ୍କୁ ନଥାଏ ପାଉଁଶ ଧୂଆଁ
ପୀରତି ତାହାର ସିଏ ଲୋ ପୀରତି ଚଖା
ପୀରତି ତାହାର ସିଏ ଲୋ ପୀରତି ଚଖା
ଆଗୋ ରାଧିକା....ଆଗୋ ରାଧିକା....
ଆଗୋ ରାଧିକା....



ଭସା ବାଦଲ ସେ ଭରସା ରଖନା କେବେ
ପାଇବୁନି ମେଘ ଚାତକ ସାଜିବୁ ଯେବେ
ଭସା ବାଦଲ ସେ ଭରସା ରଖନା କେବେ
ପାଇବୁନି ମେଘ ଚାତକ ସାଜିବୁ ଯେବେ
କେବେ ସିଏ ମୁହଁ କେବେ ଲୋ ସାଜଇ ମୁଖା
କେବେ ସିଏ ମୁହଁ କେବେ ଲୋ ସାଜଇ ମୁଖା
ଆଗୋ ରାଧିକା....ଆଗୋ ରାଧିକା....
ଆଗୋ ରାଧିକା....
ଯମୁନା କୁଳରେ କାହିଁକି ବସିଚ ଏକା
ଯମୁନା କୁଳରେ କାହିଁକି ବସିଚ ଏକା
ଆଗୋ ରାଧିକା....ଆଗୋ ରାଧିକା...
ଆଗୋ ରାଧିକା....
ଆଗୋ ରାଧିକା...ଆଗୋ ରାଧିକା...
ଆଗୋ ରାଧିକା...

Jamuna Kulare Kahinki Basicha Eka Odia Song Lyrics In Odia Language

Thank You

Comments