khadire lekhile odia song lyrics in odia language

Odia Song Lyrics

ଖଡିରେ ଲେଖିଲେ ଛାଡ଼ିଯିବ
କାଳିରେ ଲେଖିଲେ ଲିଭିଯିବ

khadire lekhile odia song lyrics in odia language


ଖଡିରେ ଲେଖିଲେ ଛାଡ଼ିଯିବ
କାଳିରେ ଲେଖିଲେ ଲିଭିଯିବ
ଖଡିରେ ଲେଖିଲେ ଛାଡ଼ିଯିବ
କାଳିରେ ଲେଖିଲେ ଲିଭିଯିବ
ସିନ୍ଦୁରରେ ଥରେ ଲେଖିଲେ ତାରିଣୀ
ସିନ୍ଦୁରରେ ଥରେ ଲେଖିଲେ ତାରିଣୀ
ମନ୍ଦିର ବେଢାରେ ରହିଥିବ
ଖଡିରେ ଲେଖିଲେ ଛାଡ଼ିଯିବ
କାଳିରେ ଲେଖିଲେ ଲିଭିଯିବ



ବରଷା ପାଣିରେ ଧୋଇବନି ସିଏ
କରୁଣା ବରଷା ଢାଳୁଥିବ
ମେଘରୁ ବରଷା ଝରୁଥିବା ପରି
ଆଶାରୁ ଭରଷା ଝରୁଥିବ
ବରଷା ପାଣିରେ ଧୋଇବନି ସିଏ
କରୁଣା ବରଷା ଢାଳୁଥିବ
ମେଘରୁ ବରଷା ଝରୁଥିବା ପରି
ଆଶାରୁ ଭରଷା ଝରୁଥିବ
ବାଲିରେ ଗଢିଲେ ଧୋଇଯିବ
ମାଟିରେ ଗଢିଲେ ଭାଙ୍ଗିଯିବ
ବାଲିରେ ଗଢିଲେ ଧୋଇଯିବ
ମାଟିରେ ଗଢିଲେ ଭାଙ୍ଗିଯିବ
ଭାବରେ ଗଢିଲେ ମାଆର ମୂରତି
ଭାବରେ ଗଢିଲେ ମାଆର ମୂରତି
ହୃଦୟ ମନ୍ଦିରେ ବସିଥିବ
ଖଡିରେ ଲେଖିଲେ ଛାଡ଼ିଯିବ
କାଳିରେ ଲେଖିଲେ ଲିଭିଯିବ



ନିଆଁରେ ପାଣିରେ କମିବନି ସିଏ
ଶାଳ ଗଛ ତଳେ ରହିଥିବ
ମାଆର ସିନ୍ଦୁର ସବୁ ଦିନ ପାଇଁ
ଦାଉ ଦାଉ ହେଇ ଜଳୁଥିବ
ନିଆଁରେ ପାଣିରେ କମିବନି ସିଏ
ଶାଳ ଗଛ ତଳେ ରହିଥିବ
ମାଆର ସିନ୍ଦୁର ସବୁ ଦିନ ପାଇଁ
ଦାଉ ଦାଉ ହେଇ ଜଳୁଥିବ
କାଠରେ ଲେଖିଲେ ଜଳିଯିବ
କାଗଜେ ଲେଖିଲେ ଚିରିଯିବ
କାଠରେ ଲେଖିଲେ ଜଳିଯିବ
କାଗଜେ ଲେଖିଲେ ଚିରିଯିବ
ମନ କଲମରେ ଲେଖିଦେଲେ ମାଆ
ମନ କଲମରେ ଲେଖିଦେଲେ ମାଆ
ମଲା ଯାଏ ମନେ ରହିଥିବ
ଖଡିରେ ଲେଖିଲେ ଛାଡ଼ିଯିବ
କାଳିରେ ଲେଖିଲେ ଲିଭିଯିବ

ଖଡିରେ ଲେଖିଲେ ଛାଡ଼ିଯିବ
କାଳିରେ ଲେଖିଲେ ଲିଭିଯିବ
ସିନ୍ଦୁରରେ ଥରେ ଲେଖିଲେ ତାରିଣୀ
ସିନ୍ଦୁରରେ ଥରେ ଲେଖିଲେ ତାରିଣୀ
ମନ୍ଦିର ବେଢାରେ ରହିଥିବ
ହୃଦୟ ମନ୍ଦିରେ ବସିଥିବ
ହାଁ ମଲା ଯାଏ ମନେ ରହିଥିବ
ମଲା ଯାଏ ମନେ ରହିଥିବ

khadire lekhile chhadi jiba odia song lyrics in odia language


Thank You


Comments