sakha he odia song lyrics in odia language

ODIA SONG LYRICS

ସଖା ହେ..ସଖା ହେ..
କେବେ ଏକୁଟିଆ ଦିଅ ଦେଖା

Sakha He Sakha He Odia Song Lyrics In Odia Language

ସଖା ହେ..ସଖା ହେ..
ସଖା ହେ..ସଖା ହେ..
କେବେ ଏକୁଟିଆ ଦିଅ ଦେଖା
କେବେ ଏକୁଟିଆ ଦିଅ ଦେଖା
ସପନରେ ଅବା ଗୋପନରେ
ସପନରେ ଅବା ଗୋପନରେ
ଥରେ ଏକୁଟିଆ ଦିଅ ଦେଖା
ସବୁଠି ଗହଳି ଭକତଙ୍କ ଅଳି
ପୂଜା ପାଠ ହୋମ ଘଣ୍ଟ ହୁଳହୁଳି
ସବୁଠି ଗହଳି ଭକତଙ୍କ ଅଳି
ପୂଜା ପାଠ ହୋମ ଘଣ୍ଟ ହୁଳହୁଳି
ଭେଟି ପାରୁ ନାହିଁ ଏକା
ସଖା ନମାମି ନୟନ ପଥଗାମୀ
ସଖା ନମାମି ହେ ଜଗନ୍ନାଥ ସ୍ୱାମୀ
ସଖା ହେ..ସଖା ହେ..
ସଖା ହେ..ସଖା ହେ..



ତୁମ ଇଛା ମତେ ସଖା ସବୁ ଦେଲ
କରିବିନି କେବେ ଅଭିମାନ
ଧର୍ମ ଦାଣ୍ଡେ ହେବି ନାହିଁ ଦୋଷୀ ସଖା
ତୁମ ଆଡେ ଥିବ ଲୟ ଧ୍ୟାନ
ଆଉ ଛାଡିବିନି ସଖା ତୁମ ହାତ
ତୁମ ସାଥେ ସାଥେ ରହିଥିବି
ତୁମ ଭାବ ଡୋରେ ବନ୍ଧା ମୋ ପରାଣ
ଯୁଆଡେ ଟାଣିବ ତେଣେ ଯିବି
ସଭିଏଁ ନିକଟେ ପ୍ରିୟ ପରିଜନ
ସବୁ ଆପଣାର ଆତ୍ମୀୟ ସ୍ୱଜନ
ସଭିଏଁ ନିକଟେ ପ୍ରିୟ ପରିଜନ
ସବୁ ଆପଣାର ଆତ୍ମୀୟ ସ୍ୱଜନ
ତଥାପି ମୁ ଏକା ଏକା
ସଖା ନମାମି ନୟନ ପଥଗାମୀ
ସଖା ନମାମି ହେ ଜଗନ୍ନାଥ ସ୍ୱାମୀ
ସଖା ହେ..ସଖା ହେ..
ସଖା ହେ..ସଖା ହେ..



ହୃଦୟରେ ଥିଲା ମୋର ଶୂନ୍ୟ ସ୍ଥାନ
ଭରି ଦେଲ ସଖା ତୁମ ପ୍ରେମ
କଥା ଦିଅ ସଖା ଆଉ ଏଇ ଭାବ
ଭୁଲିବନି କେବେ ଘନଶ୍ୟାମ
ହୋ..ସୁନାର ହରିଣୀ ମୋହ ନାହିଁ ମୋର
ଇଛା ନାହିଁ ଆଉ ଧାଇଁବାକୁ
ଥକା ମନ ଏବେ ସଖା ଶେଷ ଇଛା
ସେପାରିକୁ ଯାଇ ଭେଟିବାକୁ
ମୁ ଏପାରିରେ ତୁମେ ସେପାରିରେ
ସଖା ମୁ ତୁମକୁ ଏପାରିରୁ ଝୁରେ
ମୁ ଏପାରିରେ ତୁମେ ସେପାରିରେ
ସଖା ମୁ ତୁମକୁ ଏପାରିରୁ ଝୁରେ
କୁହ କେବେ ହବ ଦେଖା
ସଖା ନମାମି ନୟନ ପଥଗାମୀ
ସଖା ନମାମି ହେ ଜଗନ୍ନାଥ ସ୍ୱାମୀ
ସଖା ହେ..ସଖା ହେ..
ସଖା ହେ..ସଖା ହେ..

କେବେ ଏକୁଟିଆ ଦିଅ ଦେଖା
କେବେ ଏକୁଟିଆ ଦିଅ ଦେଖା
ସପନରେ ଅବା ଗୋପନରେ
ସପନରେ ଅବା ଗୋପନରେ
ଥରେ ଏକୁଟିଆ ଦିଅ ଦେଖା
ସବୁଠି ଗହଳି ଭକତଙ୍କ ଅଳି
ପୂଜା ପାଠ ହୋମ ଘଣ୍ଟ ହୁଳହୁଳି
ସବୁଠି ଗହଳି ଭକତଙ୍କ ଅଳି
ପୂଜା ପାଠ ହୋମ ଘଣ୍ଟ ହୁଳହୁଳି
ଭେଟି ପାରୁ ନାହିଁ ଏକା
ସଖା ନମାମି ନୟନ ପଥଗାମୀ
ସଖା ନମାମି ହେ ଜଗନ୍ନାଥ ସ୍ୱାମୀ
ସଖା ହେ..ସଖା ହେ..
ସଖା ହେ..ସଖା ହେ..
ସଖା ହେ..ସଖା ହେ..
ସଖା ହେ..ସଖା ହେ..

Sakha He Sakha He Odia Song Lyrics In Odia Language

Thank You

Comments