sapana tu dekhuthibu odia song lyrics in odia language

Odia Song Lyrics

ସପନ ତୁ ଦେଖୁଥିବୁ ଯଦି କେବେ ଠକିଯିବୁ
ଭାଙ୍ଗି ପଡିବୁନି ଆରେ ମିତ

sapana tu dekhuthibu odia song lyrics in odia language


ସପନ ତୁ ଦେଖୁଥିବୁ ଯଦି କେବେ ଠକିଯିବୁ
ଭାଙ୍ଗି ପଡିବୁନି ଆରେ ମିତ
ସବୁ ସପନ ତ କେବେ ହୁଏ ନାହିଁ ସତ
ସବୁ ସପନ ତ କେବେ ହୁଏ ନାହିଁ ସତ
କେବେ ଜହ୍ନ ରାତି କେବେ ନିଆଁ ତାତି
ଜୀବନଟା ସୁଖ ଦୁଃଖ ଗୀତ
ସବୁ ସପନ ତ କେବେ ହୁଏ ନାହିଁ ସତ
ସବୁ ସପନ ତ କେବେ ହୁଏ ନାହିଁ ସତ



ସପନରେ ଗଢ଼ାହୁଏ ଯେତେ କାଚ ଘର
ରାତି ନ ପାହୁଣୁ ପଡେ ସେ ଘରେ ପଥର
ପଥର ହେଲେ ତୁ ସିନା ଦୋହଲିବୁ ନାହିଁ
ପତର ହେଲେ ପବନ ନବରେ ଉଡେଇ
ଅଦିନିଆ ଝଡ ଭାଙ୍ଗିଦିଏ ନୀଡ
ଜୀବନଟା ଛାତି ଥରା ଶୀତ
ସବୁ ସପନ ତ କେବେ ହୁଏ ନାହିଁ ସତ
ସବୁ ସପନ ତ କେବେ ହୁଏ ନାହିଁ ସତ



କଥା ଅଛି ଲୁହ ପରେ ଆସିଥାଏ ହସ
ବେଳେବେଳେ ଏଇ ଭାଗ୍ୟ ହୁଅଇ ନିରାଶ
ଅନ୍ଧାର ଆଡେଇ ଯିଏ ଚାଲିଯାଏ ବାଟ
ଆଲୁଅ ସାଥିରେ ଦିନେ ହୁଏ ତାର ଭେଟ
ଏକା ଶ୍ରାବଣରେ ମେଘ ସରେ ନାହିଁ
ଏକା ମାଘେ ଯାଏ ନାହିଁ ଶୀତ
ସବୁ ସପନ ତ କେବେ ହୁଏ ନାହିଁ ସତ
ସବୁ ସପନ ତ କେବେ ହୁଏ ନାହିଁ ସତ

ସପନ ତୁ ଦେଖୁଥିବୁ ଯଦି କେବେ ଠକିଯିବୁ
ଭାଙ୍ଗି ପଡିବୁନି ଆରେ ମିତ
ସବୁ ସପନ ତ କେବେ ହୁଏ ନାହିଁ ସତ
ସବୁ ସପନ ତ କେବେ ହୁଏ ନାହିଁ ସତ
କେବେ ଜହ୍ନ ରାତି କେବେ ନିଆଁ ତାତି
ଜୀବନଟା ସୁଖ ଦୁଃଖ ଗୀତ
ସବୁ ସପନ ତ କେବେ ହୁଏ ନାହିଁ ସତ
ସବୁ ସପନ ତ କେବେ ହୁଏ ନାହିଁ ସତ

sapana tu dekhuthibu odia song lyrics in odia language



Thank You


Comments