singha duarare odia song lyrics in odia language

Odia Song Lyrics

ସିଂହ ଦୁଆରରେ ପାଦ ଦଉ ଦଉ
ଦଉ ଦଉ ପ୍ରାଣ ଯାଆନ୍ତା କି ଛାଡି ଲୋ

singha duarare odia song lyrics in odia language


ସିଂହ ଦୁଆରରେ ପାଦ ଦଉ ଦଉ
ଦଉ ଦଉ ପ୍ରାଣ ଯାଆନ୍ତା କି ଛାଡି ଲୋ
ମୁଁ ସରଗକୁ ଯାଆନ୍ତି ଚଢି
ମୁଁ ସରଗକୁ ଯାଆନ୍ତି ଚଢି
ଶରଧା ବାଲିରେ ରଥ ଟାଣୁ ଟାଣୁ
ଟାଣୁ ଟାଣୁ ଚକ ଯାଆନ୍ତା କି ମାଡି ଲୋ
ମୁଁ ସରଗ କୁ ଯାଆନ୍ତି ଚଢି
ମୁଁ ସରଗ କୁ ଯାଆନ୍ତି ଚଢି



ହାରିଲା କି ଜିତିଲା କେତେ
ମଣିଷ ବୁଝେ ନାହିଁ ଖେଳୁଚି ଏତେ
ବିଚିତ୍ର ଏ ଦୁନିଆ ସତେ
ବାମନ କହୁଚି ଚାନ୍ଦ ମୋ ହାତେ 
ଜୀବନ ଟା ପବନ ଖେଳ
ପବନ ଥମି ଗଲେ ସରିଲା ବେଳ
ଚାହୁଁ ଚାହୁଁ ଆସିବ ସଞ୍ଜ
କହିବେ ଖୋଜ ଖୋଜ କୋକେଇ ଖୋଜ
ନୀଳ ଦରିଆରେ ପାଦ ଧୋଉ ଧୋଉ 
ଧୋଉ ଧୋଉ ଢେଉ ନିଅନ୍ତା କି ଭିଡି ଲୋ
ମୁଁ ସରଗ କୁ ଯାଆନ୍ତି ଚଢି
ମୁଁ ସରଗ କୁ ଯାଆନ୍ତି ଚଢି



ରାତି ସାରା ବରଷା ଝଡି
ସକାଳକୁ ପୁଣି କେତେ କୁହୁଡି
ଏଇ ମନ ପାପ ଶଗଡି
ମାନେ ନାହିଁ କିଛି ଯାଏରେ ମାଡି
ପାପ ପାଇଁ ରହିଚି ବାଡ଼ି
ପୁଣ୍ୟ କଲେ ମିଳେ ସରଗ ସିଡି
ବୋହିଚି ମୁଁ ପାପର ପେଡି
ନରକେ ଲାଗିବ ମୋ ପାଦରେ ବେଡି
ନରେନ୍ଦ୍ର ଜଳରେ ବୁଡ଼ ଦଉ ଦଉ
ଦଉ ଦଉ ମରି ଯାଆନ୍ତି କି ବୁଡି ଲୋ
ମୁଁ ସରଗ କୁ ଯାଆନ୍ତି ଚଢି
ମୁଁ ସରଗ କୁ ଯାଆନ୍ତି ଚଢି

ସିଂହ ଦୁଆରରେ ପାଦ ଦଉ ଦଉ
ଦଉ ଦଉ ପ୍ରାଣ ଯାଆନ୍ତା କି ଛାଡି ଲୋ
ମୁଁ ସରଗକୁ ଯାଆନ୍ତି ଚଢି
ମୁଁ ସରଗକୁ ଯାଆନ୍ତି ଚଢି
ଶରଧା ବାଲିରେ ରଥ ଟାଣୁ ଟାଣୁ
ଟାଣୁ ଟାଣୁ ଚକ ଯାଆନ୍ତା କି ମାଡି ଲୋ
ମୁଁ ସରଗକୁ ଯାଆନ୍ତି ଚଢି
ମୁଁ ସରଗକୁ ଯାଆନ୍ତି ଚଢି
ମୁଁ ସରଗକୁ ଯାଆନ୍ତି ଚଢି
ମୁଁ ସରଗକୁ ଯାଆନ୍ତି ଚଢି


singha duarare pada dau dau odia song lyrics in odia language


Thank You


Comments