singha duararu dakuchi odia song lyrics in odia language

Odia Song Lyrics

ସିଂହ ଦୁଆରରୁ ଡାକୁଚି ତତେ ରେ
ଆରେ କାଳିଆ ଆ

singha duararu dakuchi odia song lyrics in odia language


ସିଂହ ଦୁଆରରୁ....ଡାକୁଚି ତତେ ରେ....
ସିଂହ ଦୁଆରରୁ ଡାକୁଚି ତତେ ରେ
ଆରେ କାଳିଆ ଆ
ଆରେ ଆ ଥରେ ଆ ଓହ୍ଲେଇ
ତତେ ନେବି କୋଳେଇ ତତେ ନେବି କୋଳେଇ
ତତେ ନେବି କୋଳେଇ ତତେ ନେବି କୋଳେଇ
ଛାଡି ସିଂହାସନ ତୋ ବଡ ଦେଉଳ
ଛାଡି ସିଂହାସନ ତୋ ବଡ ଦେଉଳ
ଆରେ କାଳିଆ ଆ
ଆରେ ଆ ଥରେ ଆ ଓହ୍ଲେଇ
ତତେ ନେବି ବୁଲେଇ ତତେ ନେବି ବୁଲେଇ
ତତେ ନେବି ବୁଲେଇ ତତେ ନେବି ବୁଲେଇ



ଅବୁଝା ହୋ ନା ଅଝଟ ହୋ ନା
ଆରେ ମୋର ସୁନା ଧନ
ଖେଳଣା କଣ୍ଢେଇ କିଣି ଦେବି ତତେ
ତୋଳି ଆଣି ଦେବି ଜହ୍ନ
ଅବୁଝା ହୋ ନା ଅଝଟ ହୋ ନା
ଆରେ ମୋର ସୁନା ଧନ
ଖେଳଣା କଣ୍ଢେଇ କିଣି ଦେବି ତତେ
ତୋଳି ଆଣି ଦେବି ଜହ୍ନ
ଦୁଇ ବାହୁ ମୋର ହବ ତୋ ଝୁଲଣା
ଦୁଇ ବାହୁ ମୋର ହବ ତୋ ଝୁଲଣା
ଆରେ କାଳିଆ ଆ
ଆରେ ଆ ଥରେ ଆ ଓହ୍ଲେଇ
ତତେ ଦେବି ଝୁଲେଇ ତତେ ଦେବି ଝୁଲେଇ
ତତେ ଦେବି ଝୁଲେଇ ତତେ ଦେବି ଝୁଲେଇ



ବାପା ବୋଲି ଥରେ ଡାକିଦେ ମତେ ରେ
ଦିନଟିଏ ହେବି ନନ୍ଦ
ତୋ ରୂପ ଗୁଣରେ ହେଇଚି ବାଇରେ
ସ୍ନେହରେ ହେଇଚି ଅନ୍ଧ
ବାପା ବୋଲି ଥରେ ଡାକିଦେ ମତେ ରେ
ଦିନଟିଏ ହେବି ନନ୍ଦ
ତୋ ରୂପ ଗୁଣରେ ହେଇଚି ବାଇରେ
ସ୍ନେହରେ ହେଇଚି ଅନ୍ଧ
ଅନ୍ଧର ଲଉଡ଼ି ମୋର ଆଶା ବାଡି
ଅନ୍ଧର ଲଉଡ଼ି ମୋର ଆଶା ବାଡି
ଆରେ କାଳିଆ ଆ
ଆରେ ଆ ଥରେ ଆ ଓହ୍ଲେଇ
ତତେ ଦେବି ଖେଳେଇ ତତେ ଦେବି ଖେଳେଇ
ତତେ ଦେବି ଖେଳେଇ ତତେ ଦେବି ଖେଳେଇ
ତତେ ଦେବି ଖେଳେଇ ତତେ ଦେବି ଖେଳେଇ

singha duara ru dakuchi tate odia song lyrics in odia language


Thank You


Comments