suruja galani nain odia song lyrics in odia language

Odia Song Lyrics

ସୁରୁଜ ଗଲାଣି ନଇଁ ଲୋ ସଜନୀ
ସୁରୁଜ ଗଲାଣି ନଇଁ

suruja galani nain odia song lyrics in odia language


ସୁରୁଜ ଗଲାଣି ନଇଁ ଲୋ ସଜନୀ
ସୁରୁଜ ଗଲାଣି ନଇଁ
ସୁରୁଜ ଗଲାଣି ନଇଁ ଲୋ ସଜନୀ
ସୁରୁଜ ଗଲାଣି ନଇଁ
ପୁନେଇ ରାତିରେ ନୀଳ କନ୍ଦରରେ
ପୁନେଇ ରାତିରେ ନୀଳ କନ୍ଦରରେ
ରୂପା ଜହ୍ନ ହସେ ଉଇଁ ଲୋ ସଜନୀ
ରୂପା ଜହ୍ନ ହସେ ଉଇଁ
ରୂପା ଜହ୍ନ ହସେ ଉଇଁ ଲୋ ସଜନୀ
ରୂପା ଜହ୍ନ ହସେ ଉଇଁ
ବଡ ଦେଉଳରେ ରତ୍ନ ସରୋବରେ
ବଡ ଦେଉଳରେ ରତ୍ନ ସରୋବରେ
ଫୁଟିଚିରେ ହାଁହାଁ ଫୁଟିଚିରେ
ଦେଖ ଦେଖ ଫୁଟିଚିରେ
କଳା କଇଁ ଲୋ ସଜନୀ
ଫୁଟିଚିରେ କଳା କଇଁ
ଫୁଟିଚିରେ କଳା କଇଁ ଲୋ ସଜନୀ
ଫୁଟିଚିରେ କଳା କଇଁ



ଏମିତି ଫୁଲ ସେ ତା ବାସ ଚହଟେ
କାହିଁ କେତେ ଦୂର ଯାଏଁ
ଏମିତି କୁହୁକ ଥାଏ ସେ ମହକ
ଜନମ ଜନମ ଯାଏଁ
ଚମ୍ପା ମଲି ହେନା ଜାଇ ଯୁଇ ଯେତେ
ଲାଜରେ ଯାଆନ୍ତି ଝରି
ରଙ୍ଗରେ ରୂପରେ କଳା କଇଁ ଆଗେ
କେହି ନୁହେଁ ପରା ସରି
କୋଟିଏ ମାଳିର ଗୋଟିଏ ଫୁଲ ସେ
କୋଟିଏ ମାଳିର ଗୋଟିଏ ଫୁଲ ସେ
କେହି ତୋଳି ହାଁହାଁ କେହି ତୋଳି
ଆରେ ରେରେ କେହି ତୋଳି
ପାରେ ନାହିଁ ଲୋ ସଜନୀ
କେହି ତୋଳି ପାରେ ନାହିଁ
ଫୁଟିଚିରେ କଳା କଇଁ ଲୋ ସଜନୀ
ଫୁଟିଚିରେ କଳା କଇଁ



ଭରିଚି ଲୁହରେ କରୁଣା ଜଳରେ
କୋଠ ରତ୍ନ ସରୋବର
ଶରଧା ଆଦର ଭକତି ଭାବର
ତ୍ରିବେଣୀ ସଙ୍ଗମ ହାର
ଲୁଚିଚିରେ ସରୋବରେ
ହୀରା ନୀଳା ମାଣିକ ମୁକୁତା ସୁନା
ବୁଡି ବୁଡି ଖୋଜେ ଯିଏ ପାଏ ସିଏ
ମହା ପୁଣ୍ୟ ଫଳ ସିନା
ଝରୁଥାଏ ନିତି ଅମୃତର ଧାରା
ଝରୁଥାଏ ନିତି ଅମୃତର ଧାରା
କେବେ ଦିନେ ଆରେ ରେରେ
କେବେ ଦିନେ ନାଇଁ ନାଇଁ
କେବେ ଦିନେ ଶୁଖି ନାହିଁ ଲୋ ସଜନୀ
କେବେ ଦିନେ ଶୁଖି ନାହିଁ

ସୁରୁଜ ଗଲାଣି ନଇଁ ଲୋ ସଜନୀ
ସୁରୁଜ ଗଲାଣି ନଇଁ
ପୁନେଇ ରାତିରେ ନୀଳ କନ୍ଦରରେ
ପୁନେଇ ରାତିରେ ନୀଳ କନ୍ଦରରେ
ରୂପା ଜହ୍ନ ହସେ ଉଇଁ ଲୋ ସଜନୀ
ରୂପା ଜହ୍ନ ହସେ ଉଇଁ
ରୂପା ଜହ୍ନ ହସେ ଉଇଁ ଲୋ ସଜନୀ
ରୂପା ଜହ୍ନ ହସେ ଉଇଁ
ବଡ ଦେଉଳରେ ରତ୍ନ ସରୋବରେ
ବଡ ଦେଉଳରେ ରତ୍ନ ସରୋବରେ
ଫୁଟିଚିରେ ହାଁହାଁ ଫୁଟିଚିରେ
ଦେଖ ଦେଖ ଫୁଟିଚିରେ
କଳା କଇଁ ଲୋ ସଜନୀ
ଫୁଟିଚିରେ କଳା କଇଁ
ଫୁଟିଚିରେ କଳା କଇଁ ଲୋ ସଜନୀ
ଫୁଟିଚିରେ କଳା କଇଁ
ଫୁଟିଚିରେ କଳା କଇଁ ଲୋ ସଜନୀ
ଫୁଟିଚିରେ କଳା କଇଁ

suruja galani nain odia song lyrics in odia language


Thank You


Comments