tu kahithilu mate odia song lyrics in odia language

Odia Song Lyrics

ତୁ କହିଥିଲୁ ମତେ ମୁ କହିଥିଲି ତତେ
ବଞ୍ଚି ପାରିବାନି ଦୁହେଁ ଦୁହିଁଙ୍କ ବିନା

tu kahithilu mate odia song lyrics in odia language


ତୁ କହିଥିଲୁ ମତେ ମୁ କହିଥିଲି ତତେ
ତୁ କହିଥିଲୁ ମତେ ମୁ କହିଥିଲି ତତେ
ବଞ୍ଚି ପାରିବାନି ଦୁହେଁ ଦୁହିଁଙ୍କ ବିନା
ମନେ ଅଛିନା ତୋର ମନେ ଅଛିନା
ମନେ ଅଛିନା ତୋର ମନେ ଅଛିନା



ଚିନ୍ହା ଚିନ୍ହା ପୁନେଇରେ ଚୁନା ଚୁନା ଜୋଛନାରେ
ଦୁହେଁ ମିଶି ଗପୁଥିଲେ ଚାନ୍ଦିନୀ ଉପରେ
ଅଦିନିଆ ବରଷାରେ ଗାଆଁ ବାଟ କାଦୁଅରେ
ଗୋଡ ଖସି ପଡ଼ୁଥିଲୁ ମୋରି ଉପରେ
ମୁହଁ ସଞ୍ଜ ଅନ୍ଧାରରେ ବସୁ ବୋଲି ମୋ ପାଖରେ
ମୁହଁ ସଞ୍ଜ ଅନ୍ଧାରରେ ବସୁ ବୋଲି ମୋ ପାଖରେ
ମୋ ପାଇଁ ତୁ ଘରେ କେତେ ମାଡ ଖାଉନା
ମନେ ଅଛିନା ତୋର ମନେ ଅଛିନା
ମନେ ଅଛିନା ତୋର ମନେ ଅଛିନା



ଛୋଟ ଛୋଟ ଅକ୍ଷରରେ
ଚିଠି ଲେଖୁ ମୋ ନାମରେ
ଲୁଚି ଲୁଚି ଦଉ ଆସି ଆମ ଝରକାରେ
ରଜରେ ସଜେଇ ହୋଉ
ଦେଖିଲେ ଫୁଲେଇ ହୋଉ
ଟିକେ ଛୁଇଁ ଦେଲେ ତତେ ମରୁ ତୁ ଲାଜରେ
ବଧୂ ମୋର ହବୁ ବୋଲି କାନେ ତୋର କହୁଥିଲି
ବଧୂ ମୋର ହବୁ ବୋଲି କାନେ ତୋର କହୁଥିଲି
ରଜା ଘରେ ଯିବୁ ବୋଲି କରିଲୁ ମନା
ମନେ ଅଛିନା ତୋର ମନେ ଅଛିନା
ମନେ ଅଛିନା ତୋର ମନେ ଅଛିନା
ମନେ ଅଛିନା ତୋର ମନେ ଅଛିନା

tu kahithilu mate odia song lyrics in odia language


Thank You


Comments