Dura Akasare Janha Tie Odia Song Lyrics In Odia Language

ODIA SONG LYRICS

ଦୂର ଆକାଶରେ ଜହ୍ନଟିଏ

Dura Akasare Janhatie Odia Song Lyrics In Odia Language

ଦୂର ଆକାଶରେ ଜହ୍ନଟିଏ
ଦୁଇ ଆଖିରେ ସେ ସ୍ବପ୍ନଟିଏ
ଦେଖି ସେ ହୁଏ ସିନା
କେବେ ତ ଛୁଇଁ ହୁଏ ନା
କେବେ ତ ଛୁଇଁ ହୁଏ ନା
ସେ ଜହ୍ନକୁ ଟିକେ ଦେଖିବାକୁ
କାହିଁକି କେଜାଣି ଏ ଆଖିକୁ
ହେଇଛି ଆଜି ମନା
ନ ଦେଖି ରହି ହୁଏ ନା
ନ ଦେଖି ରହି ହୁଏ ନା
ଦୂର ଆକାଶର ଜହ୍ନଟିଏ
ଦୁଇ ଆଖିରେ ସେ ସ୍ବପ୍ନଟିଏ



ସେ ଜହ୍ନ ସିନା ଭାରି ସୁନ୍ଦର
ଅଢେଇ ଅକ୍ଷର ପ୍ରେମ ଯେ ତାର
ପ୍ରେମ ଯେ ତାର ଅଧା ଅଧୁରା
ଅଧା ଅଧୁରା ମୋ ଗପ ପରା
ସେ ଗପ କାହାକୁ କହିବା ପାଇଁ
ମନ ହେଲା କାଇଁ ଜାଣେ ନାହିଁ
ତଥାପି ନ କହି ରହିତ ହୁଏନା
ଦୂର ଆକାଶରେ ଜହ୍ନ ଟିଏ
ଦୁଇ ଆଖିରେ ସେ ସ୍ବପ୍ନ ଟିଏ
ଦେଖି ସେ ହୁଏ ସିନା
କେବେ ତ ଛୁଇଁ ହୁଏ ନା
କେବେ ତ ଛୁଇଁ ହୁଏ ନା



ଜହ୍ନରୁ ସିନା ଜୋଛନା ଝରେ
କିଏ ସେ ଭିଜୁଛି କିଏ ତ ଜଳେ
ମନଟା ଯେବେ ଜଳେରେ ମିତ
ଗାଏ ସେ ଲୁହର ଲହୁର ଗୀତ
ସେ ଗୀତ ଥରୁଟେ ଗାଇବା ପାଇଁ
ମନ ହେଲା କାଇଁ ଜାଣେ ନାହିଁ
ନ ଗାଇ ସିନା ରହି ହୁଏନା
ନ ଗାଇ ସିନା ରହି ହୁଏନା

ଦୂର ଆକାଶରେ ଜହ୍ନଟିଏ
ଦୁଇ ଆଖିରେ ସେ ସ୍ବପ୍ନଟିଏ



dura akasare janha tie odia song lyrics in odia language



Thank You

Comments