hrudaya bichara odia song lyrics in odia language

Odia Song Lyrics

ହୃଦୟ ବିଚରା ଖୋଜେ ତୋ ସାହାରା

hrudaya bichara odia song lyrics in odia language


Male:-
ହୃଦୟ ବିଚରା ଖୋଜେ ତୋ ସାହାରା

ହୃଦୟ ବିଚରା ଖୋଜେ ତୋ ସାହାରା
ହୃଦୟ ବିଚରା ଖୋଜେ ତୋ ସାହାରା
ଏକା ଏକା ମୁଁ ଅଧୁରା
ନାହିଁ କି କୂଳ କିନାରା
ଜଳେ ରାତି ସାରା
ଖୋଜେ ମୁ ଖୋଜେ ମୁ
କୋଉଠି ତୁ କୋଉଠି ତୁ
Female:-
ଛାତି ତଳେ ତୋର କରିଚି ମୁ ଘର
ଖୋଜିଲେ ପାଇବୁ ହୃଦୟରେ ତୋର
ପାଖେ ପାଖେ ଅଛି ମୁଁ
Male:-
ଖୋଜେ ମୁ ଖୋଜେ ମୁ
କୋଉଠି ତୁ କୋଉଠି ତୁ
ହୃଦୟ ବିଚରା ଖୋଜେ ତୋ ସାହାରା





Male:-
ରକତ ଝରାଏ ଚଲା ପଥ ମୋର
କଣ୍ଟା ଖାଲି ବାଟ ସାରା
ରକତ ଝରାଏ ଚଲା ପଥ ମୋର
କଣ୍ଟା ଖାଲି ବାଟ ସାରା
ହୋ ବିରହ ନିଆଁରେ କୁହୁଳି କୁହୁଳି
ଜଳୁଚି ମୁଁ ରାତି ସାରା
ଜଳୁଚି ମୁଁ ରାତି ସାରା
Female:-
ସଞ୍ଜ ଆସେ ନଇଁ ଜହ୍ନ ଆସେ ଉଇଁ
କହିବାକୁ ଖାଲି ମୁ ତୋରି ପାଇଁ
ପାଖେ ପାଖେ ଅଛି ମୁଁ
Male:-
ଖୋଜେ ମୁ ଖୋଜେ ମୁ
କୋଉଠି ତୁ କୋଉଠି ତୁ
ହୃଦୟ ବିଚରା ଖୋଜେ ତୋ ସାହାରା





Male:-
ମନ ମୋ କହୁଚି ଏଇଠି କୋଉଠି
ପାଖେ ପାଖେ ଅଛୁ ମୋର
ମନ ମୋ କହୁଚି ଏଇଠି କୋଉଠି
ପାଖେ ପାଖେ ଅଛୁ ମୋର
କେମିତି ଜାଣିବି କୋଉ ବାଟେ ଗଲେ
ଦେଖା ହବ ପୁଣି ତୋର
ଦେଖା ହବ ପୁଣି ତୋର
Female:-
ସପନର ପଥେ ଚାହିଁଚି ମୁଁ ତତେ
ହାତ ଧରି ମୋର ନେଇଯାରେ ମତେ
ପାଖେ ପାଖେ ଅଛି ମୁଁ
Male:-
ଖୋଜେ ମୁ ଖୋଜେ ମୁ
କୋଉଠି ତୁ କୋଉଠି ତୁ
ହୃଦୟ ବିଚରା ଖୋଜେ ତୋ ସାହାରା
ହୃଦୟ ବିଚରା ଖୋଜେ ତୋ ସାହାରା

hrudaya bichara khoje to sahara odia song lyrics in odia language


Thank You


Comments