megharu tu jhariluna odia song lyrics in odia language

Odia Song Lyrics

ମେଘରୁ ତୁ ଝରିଲୁନା
ଫୁଲରୁ ତୁ ଫୁଟିଗଲୁ

megharu tu jhariluna odia song lyrics in odia language


ମେଘରୁ ତୁ ଝରିଲୁନା
ଫୁଲରୁ ତୁ ଫୁଟିଗଲୁ
କୋଉ ଦୁନିଆରେ କହ ଥିଲୁ
ପରିଟିଏ ହେଇ ଦେଖା ଦେଲୁ
ନ ଛୁଇଁ ତୁ ମତେ ଛୁଇଁ ଦେଲୁ
ଓଠରେ ମୋ ହସ ଭରି ଦେଲୁ
ଆଜି ଏତେ ବରଷା ହେଇ
ଶୋଷ ମତେ ଲାଗୁଚି କାଇଁ
ପାଦ ଏ ମୋର ଯିବା ବାଟେ ତୋର
ଚାଲିଯାଏ ଛାଁ ଚାଲୁ ଚାଲୁ
ନ ଡାକି ତୁ ମତେ ଡାକି ନେଲୁ
ଇନ୍ଦ୍ରଧନୁ ରଙ୍ଗ ମାଖି ଦେଲୁ




ହୋ..ଆଖି ଲାଖିଲା ପରି ତୋ ଆଖି
ଫୁଲ ପରି ତୋର ଚେହେରା
ସେଇ ଚେହେରା ଭିଡରେ ମତେ
ଲାଗେ ସବୁଠାରୁ ନିଆଁରା
କବି ନ ହେଇ ଆଜି ତୋ ପାଇଁ
ଲେଖି ଦେଇଯିବି କବିତା
ରଙ୍ଗ ଝରିଲା ପରି ତୋ ଓଠ
ହସ ହେଇ ଝରେ ମୁକୁତା
ଏତେ ହସ ଏତେ ରଙ୍ଗ
କହ ତୁ କୋଉଠୁ ଆଣିଲୁ
ତୋ ରଙ୍ଗରେ ମତେ ରଙ୍ଗେଇଲୁ
ତୋ ହସରେ ମତେ ହସେଇଲୁ
ନ ଚାହିଁ ବି ମତେ ଚାହିଁ ଦେଲୁ
ଛାତି ଚିରି ମୋର ରହି ଗଲୁ

ମେଘରୁ ତୁ ଝରିଲୁନା
ଫୁଲରୁ ତୁ ଫୁଟିଗଲୁ
କୋଉ ଦୁନିଆରେ କହ ଥିଲୁ
ପରିଟିଏ ହେଇ ଦେଖା ଦେଲୁ
ନ ଛୁଇଁ ତୁ ମତେ ଛୁଇଁ ଦେଲୁ
ଓଠରେ ମୋ ହସ ଭରି ଦେଲୁ




ତତେ ଦେଖିଲା ପରେ
ଆଉ ପଡୁ ନାହିଁ ଆଖି ପତା
ଏକା ଥିଲି ନୀରବରେ
ଆସି ଭାଙ୍ଗି ଦେଲୁ ନୀରବତା
ରୂପନଗର ବାଟ ହେଇ ତୁ
ଏବେ ବୋଧେ ଫେରିଲୁ
ଫୁଲସହର ବାଟ ହେଇ ତୁ
ଏବେ ବୋଧେ ଆସିଲୁ
ନ କହି ତୁ ସବୁ କହି ଦେଲୁ
ଗୀତ ମୋର ହେଇ ଝରିଗଲୁ
ନୂଆ ଜୀବନଟେ ମତେ ଦେଲୁ
ନୂଆ ଦୁନିଆକୁ ନେଇଗଲୁ

megharu tu jhariluna odia song lyrics in odia language


Thank You

Comments

Unknown said…
Very very nice song babusans voice