alo lo mora bela patara odia song lyrics in odia language

ODIA SONG LYRICS

ଆଲୋ ଲୋ ମୋର ବେଲ ପତର
ଯିବା ଲୋ ଯିବା ଆଜି ମନ୍ଦିର

Alo Lo Mora Bela Patara Odia Song Lyrics In Odia Language

ଆଲୋ ଲୋ ମୋର ବେଲ ପତର
ଯିବା ଲୋ ଯିବା ଆଜି ମନ୍ଦିର
ଆଲୋ ଲୋ ମୋର ବେଲ ପତର
ଯିବା ଲୋ ଯିବା ଆଜି ମନ୍ଦିର
ଆସିଛି ଲୋ ଆଜି ମହା ଜାଗର
ଆଇନା ଆଗରେ କେତେ ହଉଚୁ ସଜ
ପାଦ ପକା ବେଗି ବେଗି ଗଡୁଚି ସଞ୍ଜ
ଭୋଳା ବାବା ଖୁସି ହେଲେ ଦେବେ ଲୋ ବର
ତୁ ହେବୁ ମୋ କନିଆ ମୁଁ ହେବି ବର 
ସୁଖେ ଦୁଃଖେ ସାହା ହେବେ ଭୋଳା ଶଙ୍କର
ଆଲୋ ଲୋ ମୋର ବେଲ ପତର
ଯିବା ଲୋ ଯିବା ଆଜି ମନ୍ଦିର
ଆସିଛି ଲୋ ଆଜି ମହା ଜାଗର



ଆଲୋ ମୋର ରଜା ଝିଅ ରୂପା ଆଇନା
ଜୀବନଟା ଫିକା ଫିକା ଶିବଙ୍କ ବିନା
ଲୋଡ଼ା ନାହିଁ ଶିବ ପାଖେ ଟଙ୍କା ପଇସା
ଶିବ ନାମେ ରଖିଥିବୁ ପୁରା ଭରସା
ଭାବ ଦେଖି ଭୋଳା ବାବା ଦିଏ ଲୋ ବର 
ଆଲୋ ଲୋ ମୋର ବେଲ ପତର
ଯିବା ଲୋ ଯିବା ଆଜି ମନ୍ଦିର
ଆସିଛି ଲୋ ଆଜି ମହା ଜାଗର



ଆଲୋ ମୋର ଖଟା ଖାଇ ଅରୁଆ ଖିରି
ସମୟର ଚକ ଯାଏ ଘୁରିକି ଘୁରି
ସମୟକୁ ଜଗିଥିଲେ ପାଇବୁ ଶିବ
ଶିବଙ୍କୁ ପାଇଲେ ସବୁ ଦୁଃଖ ଲୋ ଯିବ
ଗାଡି ଵାଲା ଡ଼ାକିଲାଣି ଆରଡ଼ି ସୋର
ଆଲୋ ଲୋ ମୋର ବେଲ ପତର
ଯିବା ଲୋ ଯିବା ଆଜି ମନ୍ଦିର
ଆସିଛି ଲୋ ଆଜି ମହା ଜାଗର



ଆଲୋ ମୋର ମଖ ମଲୀ ମହମବତୀ
ଶୀତୁଆ ରାତିରେ ପରା ଜାଗର ତିଥି
ମହାପୁଣ୍ୟ ରାତି ଆଜି କରିବା ପୁଣ୍ୟ
ଗୋଟେ ରାତି ପୁଣ୍ୟ କଲେ ଜୀବନ ଧନ୍ୟ
ଏଇ ଦେଖ ଦିଶିଲାଣି ବାବା ମନ୍ଦିର
ଆଲୋ ଲୋ ମୋର ବେଲ ପତର
ଯିବା ଲୋ ଯିବା ଆଜି ମନ୍ଦିର
ଆସିଛି ଲୋ ଆଜି ମହା ଜାଗର

ଆଇନା ଆଗରେ କେତେ ହଉଚୁ ସଜ
ପାଦ ପକା ବେଗି ବେଗି ଗଡୁଚି ସଞ୍ଜ
ଭୋଳା ବାବା ଖୁସି ହେଲେ ଦେବେ ଲୋ ବର 
ତୁ ହେବୁ ମୋ କନିଆ ମୁଁ ହେବି ବର 
ସୁଖେ ଦୁଃଖେ ସାହା ହେବେ ଭୋଳା ଶଙ୍କର
ଆଲୋ ଲୋ ମୋର ବେଲ ପତର
ଯିବା ଲୋ ଯିବା ଆଜି ମନ୍ଦିର
ଆସିଛି ଲୋ ଆଜି ମହା ଜାଗର

Alo Lo Mora Bela Patara Odia Song Lyrics In Odia Language

Thank You

Comments