dukha emitika pua mora odia song lyrics in odia language

ODIA SONG LYRICS

ଦୁଃଖ ଏମିତିକା ପୁଅ ମୋର
କେବେ ଛାଡିଲାନି ହାତ

Dukha Emitika Pua Mora Odia Song Lyrics In Odia Language

ଦୁଃଖ ଏମିତିକା ପୁଅ ମୋର
କେବେ ଛାଡିଲାନି ହାତ
ଭୋକ ଏମିତିକା ଝିଅ ମୋର
ସବୁ ବେଳେ ମାଗେ ଭାତ
ଲୋକେ କହିଲେଣି ଆଜି କାଲି କାଳେ
ଲୋକେ କହିଲେଣି ଆଜି କାଲି କାଳେ
ମୁଁ ମୁଁ ମୁଁ.....ସବୁଠି ପାତୁଛି ହାତ
ରେ ଜଗନ୍ନାଥ.....ଜଗନ୍ନାଥ ଜଗନ୍ନାଥ



ତୋ ପାଖକୁ ଯାଇ କେବେ ମାଗି ନାହିଁ
ରାଜ ଉଆସର ସୁଖ
ଶୁଣିଥିଲି ପରା ମାଗିବା ଆଗରୁ
ସବୁ ଦଉ କଳାମୁଖ
ତୋ ପାଖକୁ ଯାଇ କେବେ ମାଗିନାହିଁ
ରାଜ ଉଆସର ସୁଖ
ଶୁଣିଥିଲି ପରା ମାଗିବା ଆଗରୁ
ସବୁ ଦଉ କଳାମୁଖ
ଦୟାନିଧି ହେଇ କିଛି ଦେଲୁ ନାହିଁ
ଦୟାନିଧି ହେଇ କିଛି ଦେଲୁ ନାହିଁ
ତୁ ତୁ ତୁ.......ଦେଖେଇଲୁ ଅଧା ହାତ
ରେ ଜଗନ୍ନାଥ....ଜଗନ୍ନାଥ ଜଗନ୍ନାଥ



ମୁଁ ଯଦି ମରିବି କାନ୍ଦି କାନ୍ଦି ଜଗା
କହ ଲାଭ ତୋର କେତେ
ଲାଭ ଯଦି ପାଉ ମରିବାରେ ମୋର
ଦେଇ ଦେ ମରଣ ମୋତେ
ମୁଁ ଯଦି ମରିବି କାନ୍ଦି କାନ୍ଦି ଜଗା
କହ ଲାଭ ତୋର କେତେ
ଲାଭ ଯଦି ପାଉ ମରିବାରେ ମୋର
ଦେଇ ଦେ ମରଣ ମୋତେ
ଆଜି ମରିଗଲେ କାଲିକି କାହିଁକି 
ଆଜି ମରିଗଲେ କାଲିକି କାହିଁକି
ମୁଁ ମୁଁ ମୁଁ.....କୋଉଠି ପାତିବି ହାତ
ରେ ଜଗନ୍ନାଥ.....ଜଗନ୍ନାଥ ଜଗନ୍ନାଥ
ଜଗନ୍ନାଥ.....ଜଗନ୍ନାଥ
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ

Dukha Emitika Pua Mora Odia Song Lyrics In Odia Language

Thank You

Comments