Dukhi Manisara Ijata Odia Song Lyrics In Odia Language

ODIA SONG LYRICS

ଦୁଃଖି ମଣିଷର ଇଜତ କେତେ ନା ମହତ କେତେ

Dukhi Manisara Ijata Kete Na Odia Song Lyrics In Odia Language

ଦୁଃଖି ମଣିଷର ଇଜତ କେତେ ନା ମହତ କେତେ
ଦୁଃଖି ମଣିଷର ଇଜତ କେତେ ନା ମହତ କେତେ
ମୋ ପାଇଁ ତେଣୁ କାଳିଆରେ ତୋର
ମୋ ପାଇଁ ତେଣୁ କାଳିଆରେ ତୋର
ଦର୍ଶନ କେତେ ନା ପହଡ କେତେ
ଦର୍ଶନ କେତେ ନା ପହଡ କେତେ
ଦୁଃଖି ମଣିଷର ଇଜତ କେତେ ନା ମହତ କେତେ
ହାଏ ମହତ କେତେ



ଦୁଃଖି ସିନା ବୁଝେ ଦୁଃଖିର ବେଦନା
ସୁଖୀ ଯେ କେମିତି ବୁଝିବ
ଦୁଃଖ ଶୁଣିବାକୁ ସୁଖୀ ଜଣେ କେହି 
ଦୁଃଖିକୁ କାହିଁକି ଖୋଜିବ
ଦୁଃଖି ମଣିଷର ଖାତିରି କେତେ ନା ଆଦର କେତେ 
ଦୁଃଖି ମଣିଷର ଖାତିରି କେତେ ନା ଆଦର କେତେ
ଆଜି ଫେରିଗଲେ କାଲି ସେ ଆସିବ
ଆଜି ଫେରିଗଲେ କାଲି ସେ ଆସିବ
କାଳିଆରେ ତୋର ହିସାବ ଏତେ 
କାଳିଆରେ ତୋର ହିସାବ ଏତେ
ଦୁଃଖି ମଣିଷର ଇଜତ କେତେ ନା ମହତ କେତେ
ହଁ ମହତ କେତେ



କଂସ ରାଜା କାଳେ ଶୁଣିନବ ବୋଲି
ଏନ୍ତୁଡ଼ି ଘରେ ତୁ କାନ୍ଦିନୁ
କଳା ବଦନରେ ନାଲି ହସ ଝରେ
ଲୁହର ମାନେ ତୁ ଜାଣିନୁ
ଦୁଃଖି ମଣିଷର ହସିବା କେତେ ନା କାନ୍ଦିବା କେତେ 
ଦୁଃଖି ମଣିଷର ହସିବା କେତେ ନା କାନ୍ଦିବା କେତେ 
ଆଖିର ଲୁହକୁ ଓଠରେ ପିଏ ସେ 
ଆଖିର ଲୁହକୁ ଓଠରେ ପିଏ ସେ
ତଥାପି ତୋ ପାଖେ ହାତ ସେ ପାତେ
ତଥାପି ତୋ ପାଖେ ହାତ ସେ ପାତେ
ଦୁଃଖି ମଣିଷର ଇଜତ କେତେ ନା ମହତ କେତେ
ଦୁଃଖି ମଣିଷର ଇଜତ କେତେ ନା ମହତ କେତେ
ମୋ ପାଇଁ ତେଣୁ କାଳିଆରେ ତୋର
ମୋ ପାଇଁ ତେଣୁ କାଳିଆରେ ତୋର
ଦର୍ଶନ କେତେ ନା ପହଡ଼ କେତେ
ଦର୍ଶନ କେତେ ନା ପହଡ଼ କେତେ
ଦର୍ଶନ କେତେ ନା ପହଡ଼ କେତେ

Dukhi Manisara Ijata Kete Odia Song Lyrics In Odia Language

Thank You

Comments