Dusta Ae Jhiaku Nei Odia Song Lyrics In Odia Font

ODIA SONG LYRICS

ଦୁଷ୍ଟ ଏଇ ଝିଅକୁ ନେଇ
କୁଆଡେ ଯିବି ମୁଁ କୁଆଡେ ଯିବି

Dusta Ae Jhiaku Nei Odia Song Lyrics In Odia Language

ପୁଅ
ଦୁଷ୍ଟ ଏଇ ଝିଅକୁ ନେଇ
କୁଆଡେ ଯିବି ମୁଁ କୁଆଡେ ଯିବି
ପୁଣି ଜଦି ପୁଲିସ ଧରେ
ଉତ୍ତର ଦେବି କି ଉତ୍ତର ଦେବି
ଝିଅ
ପୁଲିସି ଆଗରେ ମୁଁ ଜବାବ ଦେବି
ଭଲ ମୁଁ ପାଉଛି ଭଲ ପାଉଥିବି
ପୁଲିସି ଆଗରେ ମୁଁ ଜବାବ ଦେବି
ଭଲ ମୁଁ ପାଉଛି ଭଲ ପାଉଥିବି
ପୁଅ
ଦୁଷ୍ଟ ଏଇ ଝିଅକୁ ନେଇ
କୁଆଡେ ଯିବି ମୁଁ କୁଆଡେ ଯିବି
ପୁଣି ଜଦି ପୁଲିସ ଧରେ
ଉତ୍ତର ଦେବି କି ଉତ୍ତର ଦେବି


ପୁଅ
ଥାଉ ଥାଉ ଜାଣିଛି ମୁଁ ଝିଅଙ୍କର ଗୁଣ
ଝିଅ
ବେଳ ଆସୁ କରି ଦେବି କାମରେ ପ୍ରମାଣ
ପୁଅ
ଏଇଠି ପୁଲିସି ଵାଲା ଏଣେ ତ ଆସୁଚି
ଝିଅ
ଆସିଲେ ସେ ଆସୁ ତାକୁ କିଏ ସେ ଡ଼ରୁଚି
ପୁଅ
ଲୁଚି ଲୁଚି ଚଲେଇଛ ଏଠି କି ବେପାର
ପ୍ରେମ ପାଇଁ ବୟସ ତ ହେଇନି ତମର
ଝିଅ 
ପ୍ରେମରେ ନଥାଏ ଜମା ବୟସ ଚାବି
ଡରାଉ ଅଛ କି ପୁରା ଅନାଡୀ ଭାବି
ପ୍ରେମରେ ନଥାଏ ଜମା ବୟସ ଚାବି
ଡରାଉ ଅଛକି ପୁରା ଅନାଡୀ ଭାବି
ପୁଅ
ଦୁଷ୍ଟ ଏଇ ଝିଅକୁ ନେଇ
କୁଆଡେ ଯିବି ମୁଁ କୁଆଡେ ଯିବି
ପୁଣି ଜଦି ପୁଲିସ ଧରେ
ଉତ୍ତର ଦେବି କି ଉତ୍ତର ଦେବି


ଝିଅ
ଜଣା ଗଲା ମତେ ତୁମ ମରଦ ପଣିଆ
ପୁଅ
ଜାଣି ଜାଣି ହେଉଥିଲି ମିଛରେ ଛାନିଆ
ଝିଅ
ଏଇଠି ଆସୁଛି ଦାଦା ନିଶ ମୋଡି ମୋଡି
ପୁଅ
କେତେ ଦାଦା ଯାଇଛନ୍ତି ଫୁଟୁକିରେ ଉଡି
କୋଉଠୁ ଧଇଲୁ ଟୋକା ରଙ୍ଗିଲା ଚିଡ଼ିଆ
ଯାହା କହ ବୁଲବୁଲ ହେଇଚି ବଢିଆ
ଝିଅ
ମୁଁହରୁ ନିଶ ତୋ ମୁଁ ଉପାଡି ଦେବି
ଦାଦା ତୋ ହୋଲିଆ ମୁଁ ଢିଲା କରିବି
ମୁଁହରୁ ନିଶ ତୋ ମୁଁ ଉପାଡି ଦେବି
ଦାଦା ତୋ ହୋଲିଆ ମୁଁ ଢିଲା କରିବି
ପୁଅ
ଦୁଷ୍ଟ ଏଇ ଝିଅକୁ ନେଇ
କୁଆଡେ ଯିବି ମୁଁ କୁଆଡେ ଯିବି
ନେଇ ତାର ଘରେ ଧରା
ପକେଇ ଦେବି ମୁଁ ପକେଇ ଦେବି
ଝିଅ
ଘରେ ମୁଁ କହିବି ଏକୁ ବାହା ହେବି
ସ୍ୱାମୀ ମୋ ନିଜେ ମୁଁ ଦେଖି ଠିକ କରିବି
ଘରେ ମୁଁ କହିବି ଏକୁ ବାହା ହେବି
ସ୍ୱାମୀ ମୋ ନିଜେ ମୁଁ ଦେଖି ଠିକ କରିବି

Dusta Ae Jhiaku Nei Odia Song Lyrics In Odia Font


Thank You

Comments