Katha Pade Mora Odia Song Lyrics In Odia Font

ODIA SONG LYRICS

କଥା ପଦେ ମୋର
ଶୁଣିଦେଲେ ଟିକେ
Katha Pade Mora Odia Song Lyrics In Odia Language
କଥା ପଦେ ମୋର
ଶୁଣିଦେଲେ ଟିକେ
ଯିଏ ହଉଥିଲେ ଖୁସି
ଟୋପାଏ ବି ଲୁହ
ଢାଳିବେନି ସିଏ
କାଲି ଯଦି ପାଏ ଫାଶୀ

ଲୁହ ଏଇ ଲୁହ
ଏବେ ଏଇ ଲୁହ ଖାଲି ନିଜର ହୋ...
ଆଉ କେହି ନୁହଁ
ଲୁହ ଏଇ ଲୁହ
ଏବେ ଏଇ ଲୁହ ଖାଲି ନିଜର ହୋ...
ଆଉ କେହି ନୁହଁ
ନିଜକୁ ଯେବେ ମୁଁ ପଚାରୁଛି ଯାଇ
ସବୁ ଭୁଲ ପାଇଁ ମୁଁ କିବା ଦାୟୀ
ମୋ ପାଖେ ଉତ୍ତର ହଁ
ଲୁହ ଏଇ ଲୁହ
ଏବେ ଏଇ ଲୁହ ଖାଲି ନିଜର ହୋ...
ଆଉ କେହି ନୁହଁ
ଆଉ କେହି ନୁହଁ
ଆଉ କେହି ନୁହଁ
ଆଉ କେହି ନୁହଁ



କଳାକାର ଥିଲି କଳା ପାଇଁ କାଲି
ପାଉଥିଲି କେତେ ତାଳି
କଳାର ବେପାରୀ ସେ କଳାରେ ମୋର
କଳଙ୍କ ଯେ ଦେଲେ ବୋଳି
ବନ୍ଧୁ କି ବଇରୀ ଚିହିଁପାରି ନାହିଁ
ଦୋଷୀ ହେଲି କିବା ଏଇ ଭୁଲ ପାଇଁ
ମୋ ପାଖେ ଉତ୍ତର ହଁ
ଲୁହ ଏଇ ଲୁହ
ଏବେ ଏଇ ଲୁହ ଖାଲି ନିଜର ହୋ...
ଆଉ କେହି ନୁହଁ
ଆଉ କେହି ନୁହଁ



ଯେଉଁ ମାନେ ମୋର ଆପଣାର ଥିଲେ
ହାତ ଛାଡିଦେଲେ ଆଜି
ଯେଉଁ ସ୍ବପ୍ନ ପାଇଁ ଆସିଥିଲି ଧାଇଁ
ଅଧା ବାଟେ ଗଲା ହଜି
ମୋ ଦୁନିଆରେ ଖୁସିରେ ମୁଁ ଥିଲି
ଏଠି ପାଦ ଦେଇ ଭୁଲ କିବା କଲି
ମୋ ପାଖେ ଉତ୍ତର ହଁ
ଲୁହ ଏଇ ଲୁହ
ଏବେ ଏଇ ଲୁହ ଖାଲି ନିଜର ହୋ...
ଆଉ କେହି ନୁହଁ
ଆଉ କେହି ନୁହଁ
ଆଉ କେହି ନୁହଁ
ଆଉ କେହି ନୁହଁ


Katha Pade Mora Odia Song Lyrics In Odia Font


Thank You

Comments