Kemiti Gadhichha Odia Song Lyrics In Odia Language

Odia Song Lyrics

କେମିତି ଗଢ଼ିଛ ଏମିତି ସମ୍ପର୍କ
ବନ୍ଧନ ସାତ ଜନ୍ମର

kemiti gadhichha odia song lyrics in odia language


ପୁଅ
କେମିତି ଗଢ଼ିଛ ଏମିତି ସମ୍ପର୍କ
ବନ୍ଧନ ସାତ ଜନ୍ମର
କେମିତି ଗଢ଼ିଛ ଏମିତି ସମ୍ପର୍କ
ବନ୍ଧନ ସାତ ଜନ୍ମର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର
ଝିଅ
କୋଉଠି ଲେଖୁଚ ଏଇଠି ହୋଉଚି
ମିଳନ ଦୁଇ ମନର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର





ପୁଅ
ଜଣଙ୍କ ବିନା ଆଉ ଜଣେ ଏଠି
ରହି ପାରେ ନାହିଁ ଜମା
ପାଣି ବିନା ମାଛ ରହିକି ପାରିବ
ଯିଏ ଯେତେ ନେଲେ ଜିମା
ଝିଅ
ଏମିତି ଏ ପ୍ରେମ ସାତ ରଙ୍ଗ ଆଣି
ଜୀବନେ ଦିଏ ଅଜାଡି
ଯୋଉଠି ଥିଲେବି ଦୁଇଟି ହୃଦୟ
ହେଇଯାଏ ଆପେ ଯୋଡି
ଗୋଟିଏ ଗଛର ସିଅ
ଗୋଟିଏ ସୁତାର ଖିଅ
ଦୁଇଟି ପାଶ୍ୱ ଗୋଟିଏ ଉତ୍ତର
ପୁଅ
କେମିତି ଗଢ଼ିଛ ଏମିତି ସମ୍ପର୍କ
ବନ୍ଧନ ସାତ ଜନ୍ମର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର
ଝିଅ
କୋଉଠି ଲେଖୁଚ ଏଇଠି ହୋଉଚି
ମିଳନ ଦୁଇ ମନର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର






ଝିଅ
ଜଣଙ୍କ ଖୁସିରେ ଜଣେ ଭାଗିଦାର
ଜଣଙ୍କ ଦୁଃଖରେ ଜଣେ
ଦୁହେଁ ଦୁହିଁଙ୍କର ପରିପୁରକ
ଜଣଙ୍କ ଭାଗ୍ୟରେ ଜଣେ
ପୁଅ
ନିସ୍ଵାର୍ଥ ପ୍ରେମରେ ନିସ୍ଵାର୍ଥ କଥାରେ
ବନ୍ଧା ହୁଏ ଏଠି ନୀଡ
ରାତି ପଛେ ଏଠି କମ ପଡ଼ିଯିବ
ସରେନି ସପନ ଭିଡ
ଗୋଟିଏ ଗପରେ ଦେଖା
ଗୋଟିଏ ଗୀତରେ ଲେଖା
ଦୁଇଟି ଦେହ ଗୋଟିଏ ଆତ୍ମାର
ଝିଅ
କେମିତି ଗଢ଼ିଛ ଏମିତି ସମ୍ପର୍କ
ବନ୍ଧନ ସାତ ଜନ୍ମର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର
ପୁଅ
କୋଉଠି ଲେଖୁଚ ଏଇଠି ହୋଉଚି
ମିଳନ ଦୁଇ ମନର
ହେ ଈଶ୍ବର ଏ କି ସଂଯୋଗ ତୁମର
ହେ ଈଶ୍ବର ଏ କି ସଂଯୋଗ ତୁମର


kemiti gadhichha emiti samparka odia song lyrics in odia language







Thank You


Comments