Aaina Kebe Michha Kahena Odia Song Lyrics In Odia Font

ODIA SONG LYRICS

ଆଇନା କେବେ ମିଛ କହେନା
ସବୁ ବେଳେ ସତ କହେ

Aaina Kebe Michha Kahena Odia Song Lyrics In Odia Language

ଆଇନା ହଁ ହଁ
ଆଇନା କେବେ ମିଛ କହେନା
ସବୁ ବେଳେ ସତ କହେ
ହଁ ଆଇନା କେବେ ମିଛ କହେନା
ସବୁ ବେଳେ ସତ କହେ
ଆଇନାରେ କାଚ ବଦଳେ ନାହିଁରେ
ଆଇନାରେ କାଚ ବଦଳେ ନାହିଁରେ
ହେଲେ ଏ ଚେହେରା ବଦଳି ଯାଏରେ
ଚେହେରା ହଁ ହଁ 
ଚେହେରା କେବେ ସତ କହେନା
ସବୁ ବେଳେ ମିଛ କହେ
ହଁ ଆଇନା କେବେ ମିଛ କହେନା
ସବୁ ବେଳେ ସତ କହେ
ସବୁ ବେଳେ ସତ କହେ



ଋତୁ ଆସି ଋତୁ ଚାଲି ଗଲା ପରେ
ଋତୁ ଆସି ଋତୁ ଚାଲି ଗଲା ପରେ
ଯୌବନ ଚାଲି ଯାଏ
ହୋ ଜାଣି ହୁଏ ନାହିଁ କେବେ ଧିରେ ଧିରେ
ଜାଣି ହୁଏ ନାହିଁ କେବେ ଧିରେ ଧିରେ
ରୂପ ରଙ୍ଗ ଝଡ଼ି ଯାଏ
ଦିନ ରାତି କିଛି ବଦଳେ ନାହିଁରେ
ଦିନ ରାତି କିଛି ବଦଳେ ନାହିଁରେ
ହେଲେ ଏ ସମୟ ବଦଳି ଯାଏରେ
ବୟସ ହଁ ହଁ
ବୟସ କେବେ ଲୁଚି ରହେନା
ଆଇନାରେ ଧରା ପଡେ
ହୋ ଆଇନା କେବେ ମିଛ କହେନା
ସବୁ ବେଳେ ସତ କହେ
ସବୁ ବେଳେ ସତ କହେ



ଜହ୍ନ ଆଉ ହସେ ନାହିଁ ଲୁଚି ଯାଏ
ଜହ୍ନ ଆଉ ହସେ ନାହିଁ ଲୁଚି ଯାଏ
ଅମାବାସ୍ୟା ଆକାଶରେ
କୋଇଲି ତା ଗୀତ ଆଉ ଗାଏ ନାହିଁ
କୋଇଲି ତା ଗୀତ ଆଉ ଗାଏ ନାହିଁ
ଆଷାଢ଼ରେ ବରଷାରେ
ସୂର୍ଯ୍ୟ ଚନ୍ଦ୍ର ତାରା ବଦଳେ ନାହିଁରେ
ସୂର୍ଯ୍ୟ ଚନ୍ଦ୍ର ତାରା ବଦଳେ ନାହିଁରେ
ସ୍ନେହ ଶ୍ରଦ୍ଧା ପ୍ରେମ ବଦଳି ଯାଏରେ
ଅତୀତ ହଁ ହଁ
ଅତୀତ କେବେ ଭୁଲି ହୁଏ ନା
ସବୁ ବେଳେ ମନେ ରହେ

ହୋ ଆଇନା କେବେ ମିଛ କହେନା
ସବୁ ବେଳେ ସତ କହେ
ଆଇନାରେ କାଚ ବଦଳେ ନାହିଁରେ
ଆଇନାରେ କାଚ ବଦଳେ ନାହିଁରେ
ହେଲେ ଏ ଚେହେରା ବଦଳି ଯାଏରେ
ଚେହେରା ହଁ ହଁ 
ଚେହେରା କେବେ ସତ କହେନା
ସବୁ ବେଳେ ମିଛ କହେ
ହୋ ଆଇନା କେବେ ମିଛ କହେନା
ସବୁ ବେଳେ ସତ କହେ
ସବୁ ବେଳେ ସତ କହେ
ସବୁ ବେଳେ ସତ କହେ

Aaina Kebe Michha Kahena Odia Song Lyrics In Odia Font

Thank You


Comments