Aji Bi Mo Priya Odia Song Lyrics In Odia Font

ODIA SONG LYRICS

ଆଜିବି ମୋ ପ୍ରିୟା ଲାଗେ ନୂଆ ନୂଆ

Aji Bi Mo Priya Odia Song Lyrics In Odia language

ଆଜିବି ମୋ ପ୍ରିୟା
ହୁଁ ଆଜିବି ମୋ ପ୍ରିୟା ଲାଗେ ନୂଆ ନୂଆ
ଖେଳୁଚି କଣ୍ଡେଇ ଧରି ହାଏ
ଛୋଟ ପିଲାଟିଏ ପରି
ଆଜିବି ମୋ ପ୍ରିୟା ଲାଗେ ନୂଆ ନୂଆ
ଖେଳୁଚି କଣ୍ଡେଇ ଧରି ହାଏ
ଛୋଟ ପିଲାଟିଏ ପରି
ବରଷା ହେଲେ ଭସେଇ ଦିଏ
ବରଷା ହେଲେ ଭସେଇ ଦିଏ
କାଗଜ ଡ଼ଙ୍ଗା କରି ହାଏ
ଛୋଟ ପିଲାଟିଏ ପରି
ଆଜିବି ମୋ ପ୍ରିୟା ଲାଗେ ନୂଆ ନୂଆ
ଖେଳୁଚି କଣ୍ଡେଇ ଧରି ହାଏ
ଛୋଟ ପିଲାଟିଏ ପରି



ଲୁଚି ଲୁଚି ଆଜି ଫୁଲ ବଗିଚାରେ
ଧରେ କଙ୍କି ପ୍ରଜାପତି
ନିଦ ଭୁଲିଯାଏ ନୀଳ ଆଖି ତାର
ଦେଖି ଦେଲେ ଜହ୍ନ ରାତି
ହୋ ଲୁଚି ଲୁଚି ଆଜି ଫୁଲ ବଗିଚାରେ
ଧରେ କଙ୍କି ପ୍ରଜାପତି
ଆରେ ନିଦ ଭୁଲିଯାଏ ନୀଳ ଆଖି ତାର
ଦେଖି ଦେଲେ ଜହ୍ନ ରାତି
ଆଜିବି ମୋ ପ୍ରିୟା
ହୁଁ ଆଜିବି ମୋ ପ୍ରିୟା ହୁଏ ଅମାନିଆ
କରୁଚି ଗୋଲାପ ଚୋରି ହାଏ
ଛୋଟ ପିଲାଟିଏ ପରି
ଧରା ପଡିଲେ ସକେଇ ହୁଏ
ଧରା ପଡିଲେ ସକେଇ ହୁଏ
ମିଛରେ ମନ ମାରି ହାଏ
ଛୋଟ ପିଲାଟିଏ ପରି
ଆଜିବି ମୋ ପ୍ରିୟା ଲାଗେ ନୂଆ ନୂଆ
ଖେଳୁଚି କଣ୍ଡେଇ ଧରି ହାଏ
ଛୋଟ ପିଲାଟିଏ ପରି



ମନ ହେଲେ ଋଷେ ମନ ହେଲେ ହସେ
ଚଗଲି ସେ ଚୁଲୁବୁଲି
ସଜ ହୁଏ ଯେବେ ରଜ ପାଳେ ସିଏ
ଦୋଳି ଖେଳେ ବୁଲି ବୁଲି
ହୋ ମନ ହେଲେ ଋଷେ ମନ ହେଲେ ହସେ
ଚଗଲି ସେ ଚୁଲୁବୁଲି
ଆରେ ସଜ ହୁଏ ଯେବେ ରଜ ପାଳେ ସିଏ
ଦୋଳି ଖେଳେ ବୁଲି ବୁଲି
ଆଜିବି ମୋ ପ୍ରିୟା
ହୁଁ ଆଜିବି ମୋ ପ୍ରିୟା ଅଳି କରେ ଆହା
କାହାଣୀ ଶୁଣିବ ବୋଲି ହାଏ
ଛୋଟ ପିଲାଟିଏ ପରି
ଅନ୍ଧାର ଦେଖି ଅଳସି କନ୍ୟା
ଅନ୍ଧାର ଦେଖି ଅଳସି କନ୍ୟା
ଚମକି ପଡେ ଡରି ହାଏ
ଛୋଟ ପିଲାଟିଏ ପରି
ଆଜିବି ମୋ ପ୍ରିୟା ଲାଗେ ନୂଆ ନୂଆ
ଖେଳୁଚି କଣ୍ଡେଇ ଧରି ହାଏ
ଖେଳୁଛି କଣ୍ଡେଇ ଧରି ହାଏ

Aji Bi Mo Priya Odia Song Lyrics In Odia Font

Thank You


Comments