Alata Pindha Se Odia Song Lyrics In Odia Font

ODIA SONG LYRICS

ଅଳତା ପିନ୍ଧା ସେ ତୋ ଦୁଇ ପାଦ

Alata Pindha Se Odia Song Lyrics In Odia Language

ଅଳତା ପିନ୍ଧା ସେ ତୋ ଦୁଇ ପାଦ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ
ଅଳତା ପିନ୍ଧା ସେ ତୋ ଦୁଇ ପାଦ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ
କେବେ ସେ ପାଦରେ ପାଉଁଜି ବାଜିବ
କେବେ ସେ ପାଦରେ ପାଉଁଜି ବାଜିବ
ହଜିଯିବ ମୋର ଆଖିରୁ ନିଦ
ଅଳତା ପିନ୍ଧା ସେ ତୋ ଦୁଇ ପାଦ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ



କେବେ ମୋ ସପନ ସତ ହବ କହ
ଜହ୍ନ ଉଇଁବ ତୋ ଓଢଣା ତଳେ
ଜହ୍ନ ଦେଖୁ ଦେଖୁ ରାତି ପାହିଯିବ
ଆମ ପ୍ରେମର ସେ ଝରଣା କୂଳେ
କେବେ ମୋ ସପନ ସତ ହବ କହ
ଜହ୍ନ ଉଇଁବ ତୋ ଓଢଣା ତଳେ
ଜହ୍ନ ଦେଖୁ ଦେଖୁ ରାତି ପାହିଯିବ
ଆମ ପ୍ରେମର ସେ ଝରଣା କୂଳେ
କେବେ ତୋ ଗଭାରେ ଗଜରା ବାସିବ
କେବେ ତୋ ଗଭାରେ ଗଜରା ବାସିବ
ମହକିବ ମନେ ମଲ୍ଲୀର ଗନ୍ଧ
ଅଳତା ପିନ୍ଧା ସେ ତୋ ଦୁଇ ପାଦ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ
ହୋ କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ



ହୋ କେବେ ତୋ ହସରୁ ଝରିବ ମୁକୁତା
ଘର ଅଗଣା ମୋ ଚମକି ଯିବ
କଥା ତୁ କହିଲେ ହବ ସେ କବିତା
ଫୁଲର ବରଷା ବରଷି ଯିବ
ଓ କେବେ ତୋ ହସରୁ ଝରିବ ମୁକୁତା
ଘର ଅଗଣା ମୋ ଚମକି ଯିବ
କଥା ତୁ କହିଲେ ହବ ସେ କବିତା
ଫୁଲର ବରଷା ବରଷି ଯିବ
କେବେ ତୋ ସଵାରୀ ମୋ ଘରେ ଆସିବ
କେବେ ତୋ ସଵାରୀ ମୋ ଘରେ ଆସିବ
ଜୀବନରେ ମୋର ତୋଳିବ ଛନ୍ଦ
ଅଳତା ପିନ୍ଧା ସେ ତୋ ଦୁଇ ପାଦ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ

ଅଳତା ପିନ୍ଧା ସେ ତୋ ଦୁଇ ପାଦ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ
କେବେ ସେ ପାଦରେ ପାଉଁଜି ବାଜିବ
କେବେ ସେ ପାଦରେ ପାଉଁଜି ବାଜିବ
ହଜିଯିବ ମୋର ଆଖିରୁ ନିଦ
ଅଳତା ପିନ୍ଧା ସେ ତୋ ଦୁଇ ପାଦ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ
ହୋ କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ
କେବେ ଡେଇଁବ ମୋ ଏରୁଣ୍ଡି ବନ୍ଧ

Alata Pindha Se Odia Song Lyrics In Odia Font

Thank You


Comments