Au Se Kalama Kebe Odia Song Lyrics In Odia Font

ODIA SONG LYRICS

ଆଉ ସେ କଲମ କେବେ ଧରିବି ନାହିଁ


Au Se Kalama Kebe Odia Song Lyrics In Odia Language

ହୁଁ ଆଉ ସେ କଲମ କେବେ ଧରିବି ନାହିଁ
ଆଉ ସେ କଲମ କେବେ ଧରିବି ନାହିଁ
ଆଉ ସେ କଲମ କେବେ ଧରିବି ନାହିଁ
ଆଉ ସେ କଲମ କେବେ ଧରିବି ନାହିଁ
ଯୋଉ କଲମରେ ତତେ ଲେଖୁଥିଲି ଚିଠି
ଯୋଉ କଲମରେ ତତେ ଲେଖୁଥିଲି ଚିଠି
ଆଉ ସେ ଚିଠି ମୁଁ କେବେ ଲେଖିବି ନାହିଁ
ଆଉ ସେ ଚିଠି ମୁଁ କେବେ ଲେଖିବି ନାହିଁ



ସଞ୍ଜ ନଇଁଲେ ଜହ୍ନ ଆସିବ
ଜହ୍ନ ଆସିଲେ ମତେ ଡାକିବ
ଜହ୍ନ ଡାକିଲେ ପାଗଳ ହେବି
ସେଇ ଝରକା ପୁଣି ଖୋଲିବି
ଯୋଉ ଝରକାରେ ତତେ ଲୁଚି ଦେଖୁଥିଲି
ଯୋଉ ଝରକାରେ ତତେ ଲୁଚି ଦେଖୁଥିଲି
ଆଉ ସେ ଝରକା କେବେ ଖୋଲିବି ନାହିଁ
ଆଉ ସେ ଝରକା କେବେ ଖୋଲିବି ନାହିଁ



ହୋ ମେଘ ଆସିଲେ ବରଷା ହବ
ବରଷା ହେଲେ ମାଟି ଭିଜିବ
ଭିଜା ମାଟିର ବାସନା ହେଲେ
ତୋ କଥା ପୁଣି ମନେ ପଡିବ
ଯୋଉ ବରଷାରେ ଆମେ ଦୁହେଁ ଭିଜୁଥିଲୁ
ଯୋଉ ବରଷାରେ ଆମେ ଦୁହେଁ ଭିଜୁଥିଲୁ
ସେଇ ବରଷାରେ ଏକା ଭିଜିବି ନାହିଁ
ସେଇ ବରଷାରେ ଏକା ଭିଜିବି ନାହିଁ



ହୋ ତୋ କଥା ଭାବି ଭାବି ରାତିରେ
ଛାଇ ନିଦ ଲାଗି ଗଲା ପରେ
ଆସିବୁ ନୂଆ ବୋହୁ ବେଶରେ
ପୁଣି ଦେଖା ହବ ସପନରେ
ଯୋଉ ସପନରେ ତତେ ଦେଖୁଥିଲି ନିତି
ଯୋଉ ସପନରେ ତତେ ଦେଖୁଥିଲି ନିତି
ଆଉ ସେ ସପନ କେବେ ଦେଖିବି ନାହିଁ
ଆଉ ସେ ସପନ କେବେ ଦେଖିବି ନାହିଁ

ଆଉ ସେ କଲମ କେବେ ଧରିବି ନାହିଁ
ଆଉ ସେ କଲମ କେବେ ଧରିବି ନାହିଁ
ଆଉ ସେ କଲମ କେବେ ଧରିବି ନାହିଁ ରେ
ଆଉ ସେ କଲମ କେବେ ଧରିବି ନାହିଁ
ଯୋଉ କଲମରେ ତତେ ଲେଖୁଥିଲି ଚିଠି
ଯୋଉ କଲମରେ ତତେ ଲେଖୁଥିଲି ଚିଠି
ଆଉ ସେ ଚିଠି ମୁଁ କେବେ ଲେଖିବି ନାହିଁ
ଆଉ ସେ ଝରକା କେବେ ଖୋଲିବି ନାହିଁ
ସେଇ ବରଷାରେ ଏକା ଭିଜିବି ନାହିଁ
ଆଉ ସେ ସପନ କେବେ ଦେଖିବି ନାହିଁ

Au Se Kalama Kebe Odia Song Lyrics In Odia Font

Thank You


Comments