Dina Bi Sarena Odia Song Lyrics In Odia Font

ODIA SONG LYRICS

ଦିନ ବି ସରେନା ରାତି ବି ସରେନା

Dina Bi Sarena Odia Song Lyrics In Odia Language

ହେ ଆହା ହା ହୁଁ ହୁଁ ହୁଁ
ହେ ଆହା ହା ହେ ହେ ହେ

ଦିନ ବି ସରେନା ରାତି ବି ସରେନା
ଦିନ ବି ସରେନା ରାତି ବି ସରେନା
ଯେତେ ବି ଲେଖିଲେ ଚିଠି ମନ ତ ବୁଝେନା
ନୂଆ ନୂଆ ପ୍ରେମ କଲେ
ନୂଆ ନୂଆ ପ୍ରେମ କଲେ
ନିଦ କେବେ ହୁଏନା.....
ପ୍ରଥମ ଦିନର ସ୍ମୁତି ଭୁଲି ହୁଏନା
ପ୍ରଥମ ଦିନର ସ୍ମୁତି ଭୁଲି ହୁଏନା



ଫୁଲର ମହକ ଭରିଯାଏ ମନେ
ଅଦିନେ ଆସେ ଫଗୁଣ
ସାତ ରଙ୍ଗ ନେଇ ସେଇ ପ୍ରୀତିମୟୀ
ଆଖିରେ ଭରେ ସପନ 
ହୋ ଫୁଲର ମହକ ଭରିଯାଏ ମନେ
ଅଦିନେ ଆସେ ଫଗୁଣ
ହୋ ସାତ ରଙ୍ଗ ନେଇ ସେଇ ପ୍ରୀତିମୟୀ
ଆଖିରେ ଭରେ ସପନ
ମନ କଥା କାହା ଆଗେ କହି ହୁଏନା
ହୋ ଆଉ କା କଥାରେ କେବେ ମନ ଭୁଲେନା
ନୂଆ ନୂଆ ପ୍ରେମ କଲେ
ନୂଆ ନୂଆ ପ୍ରେମ କଲେ
କିଛି ମନେ ରହେନା.....
ପ୍ରଥମ ଛୁଆଁର ନିଶା ଛାଡି ହୁଏନା
ପ୍ରଥମ ଛୁଆଁର ନିଶା ଛାଡି ହୁଏନା



ପ୍ରେମ ଯେ କରିଛି ଏକା ସେ ଜାଣିଛି
ପ୍ରେମ ତ ମିଠା ଜହର
ପୁନେଇଁ ଜହ୍ନ ବି ଫିକା ଫିକା ଲାଗେ
ପ୍ରେମିକା ଲାଗେ ସୁନ୍ଦର
ହୋ ପ୍ରେମ ଯେ କରିଛି ଏକା ସେ ଜାଣିଛି
ପ୍ରେମ ତ ମିଠା ଜହର
ହୋ ପୁନେଇଁ ଜହ୍ନ ବି ଫିକା ଫିକା ଲାଗେ
ପ୍ରେମିକା ଲାଗେ ସୁନ୍ଦର
ହୃଦୟରେ ନିଆଁ ଜଳେ ଦେଖି ହୁଏନା
ହୋ ବିରହ ବି ଭଲ ଲାଗେ ସହି ହୁଏନା
ନୂଆ ନୂଆ ପ୍ରେମ କଲେ
ନୂଆ ନୂଆ ପ୍ରେମ କଲେ
ମନ କିଛି ଚାହେଁନା.....
ପ୍ରଥମ ପ୍ରେମର ଚିଠି ଚିରି ହୁଏନା
ପ୍ରଥମ ପ୍ରେମର ଚିଠି ଚିରି ହୁଏନା

ହୁଁ ଦିନ ବି ସରେନା ରାତି ବି ସରେନା
ଯେତେ ବି ଲେଖିଲେ ଚିଠି ମନ ତ ବୁଝେନା
ନୂଆ ନୂଆ ପ୍ରେମ କଲେ
ନୂଆ ନୂଆ ପ୍ରେମ କଲେ
ନିଦ କେବେ ହୁଏନା......
ପ୍ରଥମ ଦିନର ସ୍ମୁତି ଭୁଲି ହୁଏନା
ପ୍ରଥମ ଦିନର ସ୍ମୁତି ଭୁଲି ହୁଏନା
ପ୍ରଥମ ଛୁଆଁର ନିଶା ଛାଡି ହୁଏନା
ହାଏ ପ୍ରଥମ ପ୍ରେମର ଚିଠି ଚିରି ହୁଏନା

Dina Bi Sarena Odia Song Lyrics In Odia Font

Thank You

Comments