Kagaja Dangare Tu Odia Song Lyrics In Odia Font

ODIA SONG LYRICS

କାଗଜ ଡ଼ଙ୍ଗାରେ ତୁ ଯାଆ ଭାସି ଯା

Kagaja Dangare Tu Odia Song Lyrics In Odia Language

ହେ ହେ ହେ ହେ ହେ ହେ
ଲା ଲା ଲା ଲା ଲା ଲା

କାଗଜ ଡ଼ଙ୍ଗାରେ ତୁ ଯାଆ ଭାସି ଯା
ମୋ ପ୍ରିୟା ଦୁଆରେ ତୁ ଯାଆ ଲାଗି ଯା
କାଗଜ ଡ଼ଙ୍ଗାରେ ତୁ ଯାଆ ଭାସି ଯା
ମୋ ପ୍ରିୟା ଦୁଆରେ ତୁ ଯାଆ ଲାଗି ଯା
ମନରୁ ଫରଦେ କାଗଜ ଚିରି
କରିଚିରେ ଡ଼ଙ୍ଗା ତତେ ତିଆରି
ପ୍ରିୟାକୁ କହିବୁ ଯାଇ
ପ୍ରିୟାକୁ କହିବୁ ଯାଇ
ତାକୁ ଖୋଜୁଚି ତା ରାଜା
ହୁଁ କାଗଜ ଡ଼ଙ୍ଗାରେ ତୁ ଯାଆ ଭାସି ଯା
ମୋ ପ୍ରିୟା ଦୁଆରେ ତୁ ଯାଆ ଲାଗି ଯା



ଫେରିଚି ଶ୍ରାବଣ ପୁଣି ଫେରିଚି ବରଷା
ଆଜି ଏ ମନରେ ଜାଗେ ମିଳନର ଆଶା
ହୁଁ ଫେରିଚି ଶ୍ରାବଣ ପୁଣି ଫେରିଚି ବରଷା
ଆଜି ଏ ମନରେ ଜାଗେ ମିଳନର ଆଶା
ମନେ ପଡେ ତାର ସେଇ ତୁନି ତୁନି କଥା
ବରଷାରେ ଭିଜୁଥିଲା ଲାଜକୁଳୀ ଲତା
ସେ ଲାଜକୁ ମନ ଭୁଲି ପାରେନା
ମୋ କଥା କି ତାର ମନେ ପଡ଼େନା
ବୁଝେଇ ଦବୁରେ ତାକୁ
ବୁଝେଇ ଦବୁରେ ତାକୁ
ଜଦି ଥିବ ସେ ଅବୁଝା
ହୁଁ କାଗଜ ଡ଼ଙ୍ଗାରେ ତୁ ଯାଆ ଭାସି ଯା
ମୋ ପ୍ରିୟା ଦୁଆରେ ତୁ ଯାଆ ଲାଗି ଯା



ଗୋରା ଦେହେ ମୋତି ପରି ଟୋପା ଟୋପା ପାଣି
ସେଇ ବାଟ ସେଇ ଭେଟ ନିଆଁରା କାହାଣୀ
ହୁଁ ଗୋରା ଦେହେ ମୋତି ପରି ଟୋପା ଟୋପା ପାଣି
ସେଇ ବାଟ ସେଇ ଭେଟ ନିଆଁରା କାହାଣୀ
କେତେ ମାନ ଅଭିମାନ କେତେ ହସ ଲୁହ
ହୃଦୟର ଆଇନାରେ ଅଭୁଲା ସେ ମୁହଁ
ଅଭୁଲା ଅତୀତ ଜାଳେ ହୃଦୟ
ଫେରିବନି ଜାଣେ ସେଇ ସମୟ
ପୁରୁଣା ସେ ସ୍ମୁତି ସବୁ
ପୁରୁଣା ସେ ସ୍ମୁତି ସବୁ
ଆଜି ସାଥିରେ ନେଇ ଯାଆ

କାଗଜ ଡ଼ଙ୍ଗାରେ ତୁ ଯାଆ ଭାସି ଯା
ମୋ ପ୍ରିୟା ଦୁଆରେ ତୁ ଯାଆ ଲାଗି ଯା
କାଗଜ ଡ଼ଙ୍ଗାରେ ତୁ ଯାଆ ଭାସି ଯା
ମୋ ପ୍ରିୟା ଦୁଆରେ ତୁ ଯାଆ ଲାଗି ଯା
ମନରୁ ଫରଦେ କାଗଜ ଚିରି
କରିଚିରେ ଡ଼ଙ୍ଗା ତତେ ତିଆରି
ପ୍ରିୟାକୁ କହିବୁ ଯାଇ
ପ୍ରିୟାକୁ କହିବୁ ଯାଇ
ତାକୁ ଖୋଜୁଛି ତା ରାଜା

ହେ ହେ ହେ ହେ ହେ
ଲା ଲା ଲା ଲା ଲା ଲା
ହୁଁ ହୁଁ ହୁଁ ହୁଁ ଲା ଲା ଲା ଲା ଲା

Kagaja Dangare Tu Odia Song Lyrics In Odia Font

Thank You

Comments