Kemiti Mu Pacharibi Odia Song Lyrics In Odia Font

ODIA SONG LYRICS

କେମିତି ମୁଁ ପଚାରିବି
କେମିତି ଅଛ ତମେ କେମିତି ଅଛ

Kemiti Mu Pacharibi Odia Song Lyrics In Odia Language

କେମିତି ମୁଁ ପଚାରିବି
କେମିତି ମୁଁ ପଚାରିବି
କେମିତି ଅଛ ତମେ କେମିତି ଅଛ
କେମିତି ଅଛ ତମେ କେମିତି ଅଛ
ବାହାଘର ହେଲା ପରେ ପ୍ରିୟା ତମେ ଶାଶୁଘରେ
ବାହାଘର ହେଲା ପରେ ପ୍ରିୟା ତମେ ଶାଶୁଘରେ
ଭୁଲି ଯାଇଚ ନା ମତେ ମନେ ରଖିଚ
କେମିତି ମୁଁ ପଚାରିବି
କେମିତି ମୁଁ ପଚାରିବି
କେମିତି ଅଛ ତମେ କେମିତି ଅଛ
ହୁଁ କେମିତି ଅଛ ତମେ କେମିତି ଅଛ



କେବେ ଜଦି କୋଉଠାରେ ହେଇଯାଏ ଦେଖା
ଡେଇଁ ପାରିବକି ତମେ ଲକ୍ଷ୍ମଣ ରେଖା
ହୁଁ ମୋ ପାଇଁ କି ପ୍ରେମ ଆଜି ହେଲା ମରୀଚିକା
ପିନ୍ଧିଲ ତମେ ତ କାହା ସିନ୍ଦୁର ଶଙ୍ଖା
ଅତୀତର ସେଇ ସ୍ମୁତି ହାତ ଲେଖା ମୋର ଚିଠି
ଅତୀତର ସେଇ ସ୍ମୁତି ହାତ ଲେଖା ମୋର ଚିଠି
ପାଖେ ରଖିଚ ନା ତମେ ଚିରି ଦେଇଚ
କେମିତି ମୁଁ ପଚାରିବି
କେମିତି ମୁଁ ପଚାରିବି
କେମିତି ଅଛ ତମେ କେମିତି ଅଛ
ହୁଁ କେମିତି ଅଛ ତମେ କେମିତି ଅଛ



କେବେ ସିନା ହାତରେ ମୋ ହସୁଥିଲା ଜହ୍ନ
ସେ ଜହ୍ନ ମୋ ପାଇଁ ଆଜି ସାତ ସପନ
ହୁଁ ମନ କଥା ମନେ ମରି ବିତୁ ପଛେ ଦିନ
ମଥାରେ ନ ଲାଗୁ ତୁମ କଳଙ୍କ ଚି଼ହ୍ନ
ବୋହୁଟିଏ ହେଲା ପରେ ତମ ମନ ମନ୍ଦିରରେ
ବୋହୁଟିଏ ହେଲା ପରେ ତମ ମନ ମନ୍ଦିରରେ
ଜାଗା ଦେଇଚ ନା ମତେ କାଢି ଦେଇଚ

କେମିତି ମୁଁ ପଚାରିବି
କେମିତି ମୁଁ ପଚାରିବି
କେମିତି ଅଛ ତମେ କେମିତି ଅଛ
କେମିତି ଅଛ ତମେ କେମିତି ଅଛ
ବାହାଘର ହେଲା ପରେ ପ୍ରିୟା ତମେ ଶାଶୁଘରେ
ବାହାଘର ହେଲା ପରେ ପ୍ରିୟା ତମେ ଶାଶୁଘରେ
ଭୁଲି ଯାଇଚ ନା ମତେ ମନେ ରଖିଚ
ତମେ ମନେ ରଖିଚ
ତମେ କେମିତି ଅଛ
ତମେ କେମିତି ଅଛ

Kemiti Mu Pacharibi Odia Song Lyrics In Odia Font

Thank You


Comments