Tu Kacha Ghara Jhia Odia Song Lyrics In Odia Font

ODIA SONG LYRICS

ତୁ କାଚ ଘର ଝିଅ ମୁଁ ମାଟି ଘର ପୁଅ


Tu Kacha Ghara Jhia Odia Song Lyrics In Odia Language

ପୁଅ
ତୁ କାଚ ଘର ଝିଅ ମୁଁ ମାଟି ଘର ପୁଅ
ତୁ କାଚ ଘର ଝିଅ ମୁଁ ମାଟି ଘର ପୁଅ
ଚାନ୍ଦ ପାଇଁ ଚକର ଯେମିତି
ମୁଁ ତେତେ ଭଲ ପାଇବି କେମିତି
ହଁ ତେତେ ଭଲ ପାଇବି କେମିତି
ଝିଅ
ହୋ......ହୋ......
ତମେ ଯାହା କୁହ ତମେ ଯେତେ କୁହ
ମୁଁ ତମକୁ ହିଁ ଭଲ ପାଏ
ଭଲ ପାଉଥିବି ମଲା ଯାଏ
ଏଇ ମନ ମୋ ତୁମକୁ ଚାହେଁ
ହଁ ହଁ ଚାହେଁ ହଁ ହଁ ଚାହେଁ
ପୁଅ
ତୁ ଅବୁଝା ପ୍ରେମିକା ମୁଁ ଲୁହ ଦୁଇ ଟୋପା
ତୁ ଅବୁଝା ପ୍ରେମିକା ମୁଁ ଲୁହ ଦୁଇ ଟୋପା
ତୋ ଆଖିରେ ରହିବି କେମିତି
ହାଏ ତେତେ ଭଲ ପାଇବି କେମିତି
ମୁଁ ତେତେ ଭଲ ପାଇବି କେମିତି



ପୁଅ
ହୃଦୟଟି ମୋର ମାଟି ଘର ପରି
ତୋ ହୃଦୟ କାଚରେ ଗଢ଼ା
ସେଇ ହୃଦୟରେ ଦାଗ ଲାଗି ଗଲେ
ମୋ ଜୀବନ ହେଇଯିବ ସାତ ଟୁକୁଡା
ହୋ ହୃଦୟଟି ମୋର ମାଟି ଘର ପରି
ତୋ ହୃଦୟ କାଚରେ ଗଢ଼ା
ସେଇ ହୃଦୟରେ ଦାଗ ଲାଗି ଗଲେ
ମୋ ଜୀବନ ହେଇଯିବ ସାତ ଟୁକୁଡା
ଝିଅ
ହୋ......ହୋ......
ତମେ ଭୁଲିଗଲେ ମତେ ଭୁଲିଯିବ
ହେଲେ ଭୁଲି ମୁଁ ପାରିବି ନାହିଁ
ଏଇ ଜୀବନ ତୁମରି ପାଇଁ
ସାତ ଜନମ ରହିବି ଚାହିଁ
ହଁ ହଁ ଚାହିଁ ହଁ ହଁ ଚାହିଁ
ପୁଅ
ତୁ ଅଳସି ନଈଟେ ମୁଁ କାଗଜ ଡ଼ଙ୍ଗାଟେ
ତୁ ଅଳସି ନଈଟେ ମୁଁ କାଗଜ ଡ଼ଙ୍ଗାଟେ
କୁଳ ଛୁଇଁ ପାରିବି କେମିତି
ମୁଁ ତେତେ ଭଲ ପାଇବି କେମିତି
ହଁ ତେତେ ଭଲ ପାଇବି କେମିତି



ପୁଅ
ପାପୁଲିରେ ତୋର ହାତ ରେଖା କହେ
ରଜା ଘରେ ହବୁ ଲୋ ରାଣି
ସବୁ ଜାଣି ହାଏ କାହିଁ ଭୁଲିଯାଏ
ଗରିବ ମୁଁ ପାରିବିନି ସପନ କିଣି
ହୋ ପାପୁଲିରେ ତୋର ହାତ ରେଖା କହେ
ରଜା ଘରେ ହବୁ ଲୋ ରାଣି
ସବୁ ଜାଣି ହାଏ କାହିଁ ଭୁଲିଯାଏ
ଗରିବ ମୁଁ ପାରିବିନି ସପନ କିଣି
ଝିଅ
ହୋ.....ହୋ.....
ତମେ ମୋ ଜୀବନ ତମେ ମୋ ସପନ
ନା ସେମିତି ଆଉ କୁହନା
ଭଲପାଏ ଯେ କିଛି ଚାହେଁନା
ମରିଯିବି ମୁଁ  ତୁମରି ବିନା
ତୁମ ବିନା ତୁମ ବିନା
ପୁଅ
ତୁ କଣ୍ଢେଇ କନିଆ ମୁଁ ଅଭିର ଫରୁଆ
ତୁ କଣ୍ଢେଇ କନିଆ ମୁଁ ଅଭିର ଫରୁଆ
ରଙ୍ଗେଈବି ତୋ ସିନ୍ଥୀ କେମିତି
ମୁଁ ତେତେ ଭଲପାଇବି କେମିତି
ହାଏ ତେତେ ଭଲପାଇବି କେମିତି
ତୁ କାଚ ଘର ଝିଅ ମୁଁ ମାଟି ଘର ପୁଅ
ତୁ କାଚ ଘର ଝିଅ ମୁଁ ମାଟି ଘର ପୁଅ
ଚାନ୍ଦ ପାଇଁ ଚକର ଯେମିତି
ମୁଁ ତେତେ ଭଲ ପାଇବି କେମିତି
ହଁ ତେତେ ଭଲ ପାଇବି କେମିତି
ତେତେ ଭଲ ପାଇବି କେମିତି
ହଁ ତେତେ ଭଲ ପାଇବି କେମିତି

Tu Kacha Ghara Jhia Odia Song Lyrics In Odia Font

Thank You


Comments