Tu Mo Akhira Tarare Odia Song Lyrics In Odia Font

ODIA SONG LYRICS

ତୁ କୋଟିଏ ମୋତିରେ ମୋ
ଗୋଟିଏ ହୀରା

Tu Mo Akhira Tarare Odia Song Lyrics In Odia Language

ତୁ କୋଟିଏ ମୋତିରେ ମୋ
ଗୋଟିଏ ହୀରା
ତୁ ମୋ ଦୁଃଖ ରାତିର ସୁଖ ଅସରା
ଆସୁରେ ବରଷା ଆସୁ ଖରା
ବାଟ ହୋଉ ଯେତେ କଣ୍ଟା ଭରା
ମାଆର ପଣତ ସାତ ଘେରା ହେଇ
ରହିବ ତୋ ଦେହ ସାରାରେ
ତୁ ମୋ ଆଖିର ତାରାରେ
ତୁ ମୋ ଆଖିର ତାରା
ତୁ ମୋ ଆଖିର ତାରାରେ
ତୁ ମୋ ଆଖିର ତାରା



କୋଳ ଅଗଣାରେ ତୁ କଳା କହ୍ନେଇ
ପେଟ ପୁରିଯାଏ ତତେ ଦେଲେ ଅନେଇ
ପଦେ କଥା କହି ଦେଲେ ତୁ ଖନେଇ
ରଙ୍କୁଣୀ ଘରେ ମୋ ଝରେ ରୂପା ପୁନେଇଁ
କରି ଥିଲି କେତେ ପୁଣ୍ୟ ପରା
ମୋ ବାହୁ ଦୋଳିରେ ଦେଲୁ ଧରା
ଯେତେ ଝୁଲେଇଲେ ମନ ବୁଝୁ ନାହିଁ
ମୋ ଦିନ ରାତି ଅଧୁରାରେ
ତୁ ମୋ ଆଖିର ତାରାରେ
ତୁ ମୋ ଆଖିର ତାରା
ତୁ ମୋ ଆଖିର ତାରାରେ
ତୁ ମୋ ଆଖିର ତାରା



ନଇ ଶୁଖୀ ଗଲେ କାନ୍ଦେ ନାଉରି ମନ
ତୋ ମୁଁହ ଶୁଖିଲେ କାନ୍ଦେ ମୋ ଜୀବନ
ଦୁନିଆ କହିଲେ କହୁ କଂସା ପିତଳ
ତୁ ମୋର ଖାଣ୍ଟି ସୁନା ଗଳାର ମାଳ
ସୁରୁଜ ନ ଆସୁ ଦିନ ସାରା
ରାତିରେ ନ ଥାଉ ଜହ୍ନ ତାରା
ମାଆର ଆଶିଷ ରୋଷଣୀ ହେଇକି
ରହିବ ତୋ ବାଟ ସାରାରେ
ତୁ ମୋ ଆଖିର ତାରାରେ
ତୁ ମୋ ଆଖିର ତାରା
ତୁ ମୋ ଆଖିର ତାରାରେ
ତୁ ମୋ ଆଖିର ତାରା

Tu Mo Akhira Tarare Odia Song Lyrics In Odia Font

Thank You

Comments