Ahe Dayamaya Biswa Odia Song Lyrics In Odia Font

ODIA SONG LYRICS

ଆହେ ଦୟାମୟ ବିଶ୍ୱ ବିହାରୀ

Ahe Dayamaya Biswabihari Odia Parthana Lyrics In Odia Font

ଆହେ ଦୟାମୟ ବିଶ୍ୱବିହାରୀ
ଘେନ ଦୟା ବହି ମୋର ଗୁହାରି

ଜଳ ସ୍ଥଳ ବନ ଗିରି ଆକାଶ
ତୁମ୍ଭ ଲୀଳା ସବୁଠାରେ ପ୍ରକାଶ

ତୁମ୍ଭେ ଶୁଭ ବୁଦ୍ଧି ପରା ଶିଖାଅ
ତୁମ୍ଭେ ଭଲ ବାଟ ପରା ଦେଖାଅ

ମୋର କାମକୁ କରାଅ ସରସ
ମୋର ମୁଖେ ଦିଅ ଚିର ହରଷ

ତୁମ୍ଭ ଚରଣରେ ମୋର ଭକତି
ଦିଅ ବିପଦେ ସାହସ ଶକତି

କୂଟ କପଟ ସ୍ୱଭାବ ଯାହାର
ତାଙ୍କୁ ଦୂରୁଁ ମୁଁ କରଇ ଜୁହାର

ମୋତେ ନ ମିଶାଅ ତାଙ୍କ ସାଥିରେ
ସଦା ରଖ ସାଧୁଜନ କତି ରେ

ଦୟା ବିନୟ ହେଉ ମୋ ଭୂଷଣ
କାହା ମନେ ମୁଁ ନଦିଏ କଷଣ

ଦୁଃଖୀ ଅରକ୍ଷିତ ସେବା କାରଣେ
ବଳ ଦିଅ ମୋର କର ଚରଣେ

ସତ କହିବାକୁ କିଆଁ ଡରିବି
ସତ କହି ପଛେ ମଲେ ମରିବି

ମୋତେ ଏତିକି ଶିଖାଅ ସାଇଁ ହେ
ମୋର ଧନ ଜନ ଲୋଡ଼ା ନାହିଁ ହେ


Ahe Dayamaya Biswabihari Odia Parthana Lyrics In Odia Font


Thank You


Comments