Akhila Brahmanda Pati Odia Song Lyrics In Odia Font

ODIA SONG LYRICS

ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ

Akhila Brahmanda Pati Odia Song Lyrics In Odia Language

ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ
ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର
ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର


ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା
ସକଳ କଳୁସ ହାରି ହେ ମଙ୍ଗଳ ଦାତା
ତୋର ମଙ୍ଗଳ ସଂଗୀତ
ନିଖିଳ ଭୁବନ ଗାଏ ହୋଇ ବିମୋହିତ


ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର
ଆନ୍ତରିକ୍ଷେ ସମୀରଣ ସଙ୍ଗେ ଜଳଧର
ପ୍ରଭୁ ଭୁଲୋକ ସାଗର
ଅଚଳ ଗହନ ନଦୀ ପଶୁ ପକ୍ଷୀ ନର


ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ
ହେ ପରମ ପିତା ମାତା ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର
ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର

Akhila Brahmanda Pati Odia Song Lyrics In Odia Font


Thank You


Comments

Bela said…
Many thanks. searched for long time. Thanks again