Karuna Sagara Prabhu He Odia Song Lyrics In Odia Font

ODIA SONG LYRICS

କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର

Karuna Sagara Prabhu He Odia Song Lyrics In Odia Language

କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର
ଘେନ ଆମ ଶିଶୁ ବିନତି ସର୍ବେ ଯୋଡୁଛୁ କର

ଦେଇଛ ଜନମ ଜଗତ-ସେବା କରିବା ପାଇଁ
ଅବାଟରେ ଗଲେ ଆମକୁ ବାଟ ଦିଅ ବତାଇ

ତୁମରି ଦାନ ଏ ଜୀବନ ଲାଗୁ ବିଶ୍ୱ କଲ୍ୟାଣେ
ରହିଥାଉ ଆମ ଭକତି ଗୁରୁଜନ ଚରଣେ

ଦୁଃଖୀ ରଙ୍କୀ ରୋଗୀ ସେବାରେ ଲାଗୁ ମନ ଆମ୍ଭର
ଝଡ ଝଞ୍ଜା ଡେଇଁ ଯିବାକୁ ଦିଅ ମନରେ ବଳ

କ୍ରୋଧ ହିଂସାଠାରୁ ଦୂରରେ ଆମେ ରହିବା ପାଇଁ
ଦିଅ ଭରି ତବ ଶକତି ସବୁ ଯିବୁ ଏଡାଇ

ମନ୍ଦ ଚିନ୍ତା ମନ୍ଦ କରମ ଯାଉ ଆମକୁ ଛାଡି
ଦିଅ ସଦଜ୍ଞାନ ସୁବୁଦ୍ଧି ମାଗୁଛୁ ହାତ ଯୋଡି

Karuna Sagara Prabhu He Odia Prathana Lyrics In Odia Font

Thank You


Comments