Ki Sundara Aha Odia Song Lyrics In Odia Font

ODIA SONG LYRICS

କି ସୁନ୍ଦର ଆହା କି ଆନନ୍ଦ ମୟ
ଏହି ବିଶାଳ ସଂସାର

Ki Sundara Aha Ki Anandamaya Odia Prathana Lyrics In Odia Language

କି ସୁନ୍ଦର ଆହା କି ଆନନ୍ଦମୟ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭର ଆଜ୍ଞାରେ
ବରଷନ୍ତି ଜ୍ୟୋତିରାଶି
ତୁମରି କୁସୁମ ପ୍ରତି ପ୍ରଭାତରେ
ହସଇ ଆନନ୍ଦେ ଭାସି
ପିତା ମାତା ବନ୍ଧୁ ଭାଇ ଭଗିନୀରେ
ହୃଦୟେ ଦେଇଛ ପ୍ରୀତି
ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ
ସୁଖ ଭୁଞ୍ଜି ନିତିନିତି
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
ବିରାଜ ନିତ୍ୟ ତହିଁରେ
ସତ୍ୟ ପଥେ ରହି ତୁମରି ଆଶ୍ରାରେ
ଯାଉ ମୋ ଦିନ ମହୀରେ



Ki Sundara Aha Ki Anandamaya Odia Prathana Lyrics In Odia Font

Thank You

Comments