Namo Niranjana Nikhila Odia Song Lyrics In Odia Font

ODIA SONG LYRICS

ନମୋ ନିରଞ୍ଜନ ନିଖିଳ ନିଦାନ

Namo Niranjana Nikhila Nidana Odia Song Lyrics In Odia Language


ନମୋ ନିରଞ୍ଜନ ନିଖିଳ ନିଦାନ
ବ୍ୟାପ୍ତ ସର୍ବ ଚରାଚରେ
ପ୍ରଭୁ ଦୟାମୟ ମଙ୍ଗଳ ଆଳୟ
ଜୟ ଜଗଦିଶ ହରେ


ନମୋ ନିରାକାର ସର୍ବ ବିଶ୍ଵାଧାର 
ବ୍ୟକ୍ତ ବାହ୍ୟ ଅଭ୍ୟାନ୍ତରେ
ପ୍ରଭୁ ବିଶ୍ଵପତି ଅଗତିର ଗତି
ଜୟ ଜଗଦିଶ ହରେ


ତବ ଦିବ୍ୟ ଜ୍ୟୋତି ପରକାଶେ ନିତି
ଗ୍ରହ ତାରା ନିଳାମ୍ବରେ
ତବ ପୁଣ୍ୟ ହାସେ କୁସୁମ ବିକାଶେ
ଜୟ ଜଗଦିଶ ହରେ


ସେ ମହା ମହିମା କି ବୁଝିବି ପ୍ରଭୁ
କ୍ଷୁଦ୍ର ନର କଳେବରେ
କି ଭାଷାରେ ତବ କରିବି ହେ ସ୍ତବ
ଜୟ ଜଗଦିଶ ହରେ

Namo Niranjana Nikhila Nidana Odia Prathana Lyrics In Odia Font


Thank You


Comments