Sindura Nauchi Radha Odia Song Lyrics In Odia Font

ODIA SONG LYRICS

ସିନ୍ଦୂର ନାଉଚି ରାଧା ଆଇନା ଦେଖି 
ରାଧା ଆଇନା ଦେଖି

Sindura Nauchi Radha Odia Song Lyrics In Odia Language

ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି


ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି
ଗୋପ ଛାଡି କଳା କାହ୍ନୁ ଚାଲି ଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ଗୋପ ଛାଡି କଳା କାହ୍ନୁ ଚାଲି ଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ସୁହାଗ ସିନ୍ଦୁରେ କାହ୍ନୁ ଦିଶି ଯାଏକି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି



ଲାଗୁଚି ଯେମିତି କାହ୍ନୁ
ଡାକୁଚି ବାହୁ ମେଲେଇ
ଆସ ଗୋ ଆସ ଗୋ ରାଇ
କୁଞ୍ଜକୁ ସଜେଇ ହୋଇ
ହୋ ଲାଗୁଚି ଯେମିତି କାହ୍ନୁ
ଡାକୁଚି ବାହୁ ମେଲେଇ
ଆସ ଗୋ ଆସ ଗୋ ରାଇ
କୁଞ୍ଜକୁ ସଜେଇ ହୋଇ
କଦମ୍ବ ଫୁଟିଚି ବାସ ଝରି ଯାଉଚି
ଚାନ୍ଦିନୀ ଝରୁଚି ସଞ୍ଜ ସରି ଯାଉଚି
କେମିତି ରାଇ ଗୋ ରହିପାର ଏକାକି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି



ଅମାନିଆ ଲୁହ ଦିଏ ଆଖିର କଜଳ ଧୋଇ
ଅସୁମାରୀ କୋହ ଆସେ ରାଇର ବୁକୁ ଫଟେଇ
ହୋ ଅମାନିଆ ଲୁହ ଦିଏ ଆଖିର କଜଳ ଧୋଇ
ଅସୁମାରୀ କୋହ ଆସେ ରାଇର ବୁକୁ ଫଟେଇ
ଜାଣିଛି କହ୍ନେଇ ଆଉ ଫେରିବ ନାହିଁ
ତଥାପି ମାନିନୀ ରାଇ ହୁଏ ସଜେଇ
ଲାଗିଯାଉ ପଛେ ଦେହେ ନିନ୍ଦା କଳଙ୍କି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି

ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି
ଗୋପ ଛାଡି କଳା କାହ୍ନୁ ଚାଲି ଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ଗୋପ ଛାଡି କଳା କାହ୍ନୁ ଚାଲି ଯାଇଚି
ସିନ୍ଦୂର ପିନ୍ଧିଲେ ରାଧା ହାତ ଥରୁଚି
ସୁହାଗ ସିନ୍ଦୁରେ କାହ୍ନୁ ଦିଶି ଯାଏକି
ସିନ୍ଦୂର ନାଉଚି ରାଧା ଆଇନା ଦେଖି
ରାଧା ଆଇନା ଦେଖି
ଆଇନା ଦେଖି ରାଧା ଆଇନା ଦେଖି
ଆଇନା ଦେଖି ରାଧା ଆଇନା ଦେଖି

Sindura Nauchi Radha Odia Song Lyrics In English Font

Thank You

Comments