Gotha Ferileni Odia Song Lyrics In Odia Font

ODIA SONG LYRICS

ଗୋଠ ଫେରିଲେଣି ଗୋଠୁଆ ନାହିଁ

Gotha Ferileni Gothua Nahi Odia Song Lyrics In Odia Language

ଗୋଠ ଫେରିଲେଣି ଗୋଠୁଆ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ
ଗୋଠ ଫେରିଲେଣି ଗୋଠୁଆ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ
ଦେଖ ଲୋ ଦେଖ କି କଥା ହେଲା 
ଖରା ବେଳେ ରାଧା ଗାଧେଇ ଗଲା
ସଞ୍ଜ ହେଲା ଫେରିଲା ନାହିଁ ଲୋ
ସଞ୍ଜ ହେଲା ଫେରିଲା ନାହିଁ 
ସଞ୍ଜ ହେଲା ଫେରିଲା ନାହିଁ ଲୋ
ସଞ୍ଜ ହେଲା ଫେରିଲା ନାହିଁ



ଏ ପଟେ ଖୋଜୁଛି ଜଟିଳା
ସେପଟେ ଖୋଜୁଛି କୋକିଳା
ଚନ୍ଦ୍ରସେଣା ହାତେ ଶାଳୁଆ ପାଞ୍ଚଣ
ରାଧାର କପାଳ ଫାଟିଲା
ଏ ପଟେ ଖୋଜୁଛି ଜଟିଳା 
ସେପଟେ ଖୋଜୁଛି କୋକିଳା 
ଚନ୍ଦ୍ରସେଣା ହାତେ ଶାଳୁଆ ପାଞ୍ଚଣ
ରାଧାର କପାଳ ଫାଟିଲା
ଘାଟ ପଡିଅଛି ଘାଟୁଆ ନାହିଁ
ରାଧାର ହଳଦୀ କାଠୁଆ ନାହିଁ
ଘାଟ ପଡିଅଛି ଘାଟୁଆ ନାହିଁ
ରାଧାର ହଳଦୀ କାଠୁଆ ନାହିଁ
ଦେଖ ଲୋ ଦେଖ କି କଥା ହେଲା 
ବରଜ ବଜାରେ ବାଜା ବାଜିଲା
କାନ୍ହୁ ସାଥେ ଯାଇଛି ମାଇଁ ଲୋ
କାନ୍ହୁ ସାଥେ ଯାଇଛି ମାଇଁ
କାନ୍ହୁ ସାଥେ ଯାଇଛି ମାଇଁ ଲୋ 
କାନ୍ହୁ ସାଥେ ଯାଇଛି ମାଇଁ



ଯଶୋଦା ହେଲେଣି ଛାନିଆ
ରାଧା ଭୁଆଁଶୁଣୀ କନିଆ 
କି ବୋଲି କହିବେ ପଚାରିଲେ କାନ୍ହୁ
କରି ଦେଲା ହୀନି ମାନିଆ
ଯଶୋଦା ହେଲେଣି ଛାନିଆ
ରାଧା ଭୁଆଁଶୁଣୀ କନିଆ 
କି ବୋଲି କହିବେ ପଚାରିଲେ କାନ୍ହୁ
କରି ଦେଲା ହୀନି ମାନିଆ
କୁଞ୍ଜ ପଡେ ଖାଲି କହେଁଇ ନାହିଁ 
ରାଧିକା ନାହିଁ କି ମାଠିଆ ନାହିଁ 
କୁଞ୍ଜ ପଡେ ଖାଲି କହେଁଇ ନାହିଁ 
ରାଧିକା ନାହିଁ କି ମାଠିଆ ନାହିଁ 
ଦେଖ ଲୋ ଦେଖ କି କଥା ହେଲା 
ଭଲା କଳା କାନ୍ହୁ ଭେଳିକି କଲା
ରାଧା ମୁଁହେ ସରମ ନାହିଁ ଲୋ
ରାଧା ମୁଁହେ ସରମ ନାହିଁ 
ରାଧା ମୁଁହେ ସରମ ନାହିଁ ଲୋ
ରାଧା ମୁଁହେ ସରମ ନାହିଁ

ଗୋଠ ଫେରିଲେଣି ଗୋଠୁଆ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ
ଗୋଠ ଫେରିଲେଣି ଗୋଠୁଆ ନାହିଁ
ରାଧିକା ନାହିଁ କି ମାଠିଆ ନାହିଁ
ଦେଖ ଲୋ ଦେଖ କି କଥା ହେଲା 
ଖରା ବେଳେ ରାଧା ଗାଧେଇ ଗଲା
ସଞ୍ଜ ହେଲା ଫେରିଲା ନାହିଁ ଲୋ
ସଞ୍ଜ ହେଲା ଫେରିଲା ନାହିଁ 
ସଞ୍ଜ ହେଲା ଫେରିଲା ନାହିଁ ଲୋ
ସଞ୍ଜ ହେଲା ଫେରିଲା ନାହିଁ

Gotha Ferileni Gothua Nahi Odia Song Lyrics In Odia Font



Thank You


Comments