Jagara Ratire Mora Odia Song Lyrics In Odia Font

ODIA SONG LYRICS

ଜାଗର ରାତିରେ ମୋର ଉଠନ୍ତା କୋକେଇ



Jagara Ratire Mora Odia Song Lyrics In Odia Language

ଜାଗର ରାତିରେ ମୋର ଉଠନ୍ତା କୋକେଇ
ଜାଗର ରାତିରେ ମୋର ଉଠନ୍ତା କୋକେଇ
ତୁମ ମହାଦୀପ ଚାହିଁ
ତୁମ ମହାଦୀପ ଚାହିଁ
ନ ପଡ଼ୁ କଉଡ଼ି ଖଇ
ନ କାନ୍ଦୁ ମୋ ଲାଗି କେହି
ନ ପଡ଼ୁ କଉଡ଼ି ଖଇ
ନ କାନ୍ଦୁ ମୋ ଲାଗି କେହି
ମହାଦୀପ ଦେଖି ମୋର ଜଳନ୍ତାକି ଜୁଇ
ନିସ୍ତରୀ ଯାଆନ୍ତି ମୁହିଁ
ପ୍ରଭୁ ହେ ନିସ୍ତରୀ ଯାଆନ୍ତି ମୁହିଁ
ଜାଗର ରାତିରେ ମୋର ଉଠନ୍ତା କୋକେଇ
ତୁମ ମହାଦୀପ ଚାହିଁ
ତୁମ ମହାଦୀପ ଚାହିଁ



ମରଣ ଜାଣେନା ମାସ ବାର ତିଥି
ମରଣ ଜାଣେନା ମନ
ମଲା ପରେ କିଏ କେଉଁ ଆଡେ ଯିବ
ମଶାଣି ଦିଏନା ଧ୍ୟାନ
ହୋ ମରଣ ଜାଣେନା ମାସ ବାର ତିଥି
ମରଣ ଜାଣେନା ମନ
ମଲା ପରେ କିଏ କେଉଁ ଆଡେ ଯିବ
ମଶାଣି ଦିଏନା ଧ୍ୟାନ
ଆଜି ଏ ଜାଗର ତିଥି
ହୁଅନ୍ତା ମୋ ଶେଷ ରାତି
ଆଜି ଏ ଜାଗର ତିଥି
ହୁଅନ୍ତା ମୋ ଶେଷ ରାତି
ଅଭଙ୍ଗା ନିଦରେ ଯେବେ ଯାଆନ୍ତି ମୁଁ ଶୋଇ
ନିସ୍ତରୀ ଯାଆନ୍ତି ମୁହିଁ
ପ୍ରଭୁ ହେ ନିସ୍ତରୀ ଯାଆନ୍ତି ମୁହିଁ
ଜାଗର ରାତିରେ ମୋର ଉଠନ୍ତା କୋକେଇ
ତୁମ ମହାଦୀପ ଚାହିଁ
ତୁମ ମହାଦୀପ ଚାହିଁ




ଜୀବନ ପ୍ରଦୀପ ଜଳୁଚି ପ୍ରଭୁ ହେ
ଲିଭିବ ଦିନେ ନା ଦିନେ
ଅହରହ ସିଏ ଆନ୍ଦୋଳିତ ହୁଏ
କେବଳ ତୁମରି ଧ୍ୟାନେ
ଜୀବନ ପ୍ରଦୀପ ଜଳୁଚି ପ୍ରଭୁ ହେ
ଲିଭିବ ଦିନେ ନା ଦିନେ
ଅହରହ ସିଏ ଆନ୍ଦୋଳିତ ହୁଏ
କେବଳ ତୁମରି ଧ୍ୟାନେ
ତୁମରି ପ୍ରୀତିରେ ପ୍ରଭୁ ଏମିତି ରାତିରେ ଲିଭୁ
ତୁମରି ପ୍ରୀତିରେ ପ୍ରଭୁ ଏମିତି ରାତିରେ ଲିଭୁ
ଏ ଯିବ ଯାଆନ୍ତା ଯେବେ ଶିବ ଶିବ କହି
ନିସ୍ତରୀ ଯାଆନ୍ତି ମୁହିଁ
ପ୍ରଭୁ ହେ ନିସ୍ତରୀ ଯାଆନ୍ତି ମୁହିଁ

ଜାଗର ରାତିରେ ମୋର ଉଠନ୍ତା କୋକେଇ
ଜାଗର ରାତିରେ ମୋର ଉଠନ୍ତା କୋକେଇ
ତୁମ ମହାଦୀପ ଚାହିଁ
ତୁମ ମହାଦୀପ ଚାହିଁ
ନ ପଡ଼ୁ କଉଡ଼ି ଖଇ
ନ କାନ୍ଦୁ ମୋ ଲାଗି କେହି
ନ ପଡ଼ୁ କଉଡ଼ି ଖଇ
ନ କାନ୍ଦୁ ମୋ ଲାଗି କେହି
ମହାଦୀପ ଦେଖି ମୋର ଜଳନ୍ତାକି ଜୁଇ
ନିସ୍ତରୀ ଯାଆନ୍ତି ମୁହିଁ
ପ୍ରଭୁ ହେ ନିସ୍ତରୀ ଯାଆନ୍ତି ମୁହିଁ
ପ୍ରଭୁ ହେ ନିସ୍ତରୀ ଯାଆନ୍ତି ମୁହିଁ
ପ୍ରଭୁ ହେ ନିସ୍ତରୀ ଯାଆନ୍ତି ମୁହିଁ


Jagara Ratire Mora Odia Song Lyrics In Odia Font







Thank You

Comments

Unknown said…
Thanks for your help